ଭାରତରେ ୫ ଜଣରେ ଜଣେ ମେଦବହୁଳତାର ଶିକାର ହେଉଛନ୍ତି

Advertisment
ଭାରତରେ ୫ ଜଣରେ ଜଣେ ମେଦବହୁଳତାର ଶିକାର ହେଉଛନ୍ତି

ଚନ୍ଦ୍ରଶେଖରପୁର: ମେଦବହୁଳତା ଯୋଗୁଁ ଜଣେ ବ୍ୟକ୍ତିଙ୍କର ଶରୀରରେ ଅସାଧାରଣ ତଥା ଅତ୍ୟଧିକ ଚର୍ବି ରହିଥାଏ। କ୍ୟାଲୋରି ଗ୍ରହଣ ଓ ସଂପ୍ରସାରଣ ମଧ୍ୟରେ ରହୁଥିବା ଅସନ୍ତୁଳନ ଜରିଆରେ ଏହାକୁ ଚିହ୍ନଟ କରାଯାଇପାରିବ। ୨୦୧୯ରେ ଏନସିବିଆଇ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଭାରତରେ ୧୩୫ ନିୟୁତରୁ ଅଧିକ ଭାରତୀୟ ମେଦବହୁଳତାର ଶିକାର ହୋଇଛନ୍ତି। ତେଣୁ ବିଶ୍ବର ତୃତୀୟ ସର୍ବାଧିକ ମେଦବହୁଳ ଦେଶ ଭାବେ ଭାରତ ଉଭା ହୋଇଛି। ଜଙ୍କ ଫୁଡ୍‌, ମଦ୍ୟପାନ, ଉପଯୁକ୍ତ ବ୍ୟାୟାମର ଅଭାବ ପରି କାରଣ ଯୋଗୁଁ ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ମେଦବହୁଳତାର ଶିକାର ହେଉଛନ୍ତି ବୋଲି କେୟାର ହସ୍ପିଟାଲର ଡାକ୍ତର ତାପସ ମିଶ୍ର କହିଛନ୍ତି।

ମେଡିକାଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‌ଶ୍ରୀ ମିଶ୍ର କହିଥିଲେ ଯେ ମେଦବହୁଳତା ଦ୍ୱାରା ଅନେକ ପ୍ରକାରର କାର୍ଡିଓଭାସ୍କୁଲାର(ହୃଦୟଜନିତ) ରୋଗ ଯଥା ହାଇପରଟେନସନ, ହଠାତ୍‌ ହୃଦଘାତ, ଜନ୍ମଗତ ହୃଦ ଅଚଳ ଭଳି ସମସ୍ୟା ଦେଖାଦିଏ। କଲୋନ, ଓଏସୋଫାଗସ, ପାନକ୍ରିଆସ, ଗଲବ୍ଲାଡର, ରେକ୍ଟମ, ଏଣ୍ଡୋମାଟେରିଆଲ, କିଡ୍‌ନି, ଲୁକେମିଆଲ, ହେପାଟୋ ସେଲ୍ୟୁଲାର କାର୍ସିନୋମା ଓ ମାଲିଆଣ୍ଟ ମେଲୋନୋମା କ୍ୟାନସର ଦେଖାଦେଇପାରେ। ଏଥିସହ ବିଶାଦଗ୍ରସ୍ତ, କମ ଆତ୍ମବିଶ୍ୱାସ, ସାମାଜିକ ଚିନ୍ତା, ଶାରିରୀକ ଉତ୍ପୀଡ଼ନ ଭଳି ସମସ୍ୟା ହୋଇପାରେ। ଯେତେବେଳେ ମେଦବହୁଳତା କମାଇବା ପାଇଁ ଖାଇବା ଓ ପିଇବା ଉପରେ ନିୟନ୍ତ୍ରଣ କିମ୍ବା ବ୍ୟାୟାମ କାର୍ଯ୍ୟ କରେ ନାହିଁ ସେତେବେଳେ ବେରିଏଟ୍ରିକ୍ ସର୍ଜରି କରାଯାଏ। ଏହି ସର୍ଜରିକୁ ସାଧାରଣ ଆନାସ୍ଥେସିଆରେ ଲାପ୍ରୋସ୍କୋପିକାଲି କରାଯାଏ। ଏଣୁ କୌଣସି କ୍ଷତ ରୁହେ ନାହିଁ। ଏହି ସର୍ଜରିରେ ଓଜନରେ ଉଲ୍ଲେଖନୀୟ ହ୍ରାସ ଘଟେ। ଦୀର୍ଘମିଆଦୀ ଭିତ୍ତିରେ ଡାଇବେଟିକ୍‌ରେ ନିୟନ୍ତ୍ରଣ ଆସେ, ବିପି ଓ ହାଇପର ଲେଷ୍ଟେରୋମିଆରେ ଉନ୍ନତି ହୁଏ। ଫଳରେ ସ୍ୱପ୍ନ ଦୋଷ, ଘୁଙ୍ଗୁଡ଼ି ଆଦିରୁ ମୁକ୍ତି ମିଳେ। କେୟାର ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହୋଇଛି। ଏବେ ସୁଦ୍ଧା‌ ୩ରୁ ୪ ଜଣ ରୋଗୀଙ୍କ ସର୍ଜରି ହୋଇଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe