ଭିକାରିମୁକ୍ତ ଶ୍ରୀଲିଙ୍ଗରାଜ ମନ୍ଦିର ଯୋଜନା: ଆଶ୍ରୟ ଗୃହରେ ରହିବେ ୩୫ ଭିକାରି

ପଦଚିହ୍ନ ୨୦୨୨: ବର୍ଷ ଶେଷ ଆଡ଼କୁ ସହରର ଚମକ

Odisha Bytes

ପୁରୁଣା ଭୁବନେଶ୍ବର: ‘ଏକାମ୍ର ଯୋଜନା’ର ଭିନ୍ନ ତଥା ସ୍ବତନ୍ତ୍ର ଏକ ଅଂଶ ଭିକାରିମୁକ୍ତ ଶ୍ରୀଲିଙ୍ଗରାଜ ମନ୍ଦିର ଯୋଜନା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ମନ୍ଦିର ନିକଟରେ ନିୟମିତ ବସୁଥିବା ୩୫ ଭିକାରିଙ୍କୁ ରାଜଧାନୀର ବିଭିନ୍ନ ଆଶ୍ରୟ କେନ୍ଦ୍ରରେ ଥଇଥାନ କରାଯିବ। ସେମାନଙ୍କୁ ଆଉ ମନ୍ଦିର ନିକଟରେ ବସି ଭିକ ମାଗିବାକୁ ଦିଆଯିବ ନାହିଁ। ଥଇଥାନ କରାଯିବା ପରେ ସେମାନଙ୍କୁ ଆଉ ଭିକ ମାଗିବାକୁ ଅନୁମତି ମିଳିବ ନାହିଁ। ଯେଉଁମାନେ ନିଜ ଘରକୁ ଫେରିବାକୁ ଇଚ୍ଛା କରିବେ, ସେମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଘରକୁ ଫେରାଇ ଦିଆଯିବ ଓ ଅନ୍ୟମାନଙ୍କୁ ଆଶ୍ରୟ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରାଯିବ। ସରକାରଙ୍କ ‘ସହାୟ’ ଯୋଜନାରେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଅଣାଯିବ।

ବିଏମ୍‌ସି ଓ ବିଡିଏ ପକ୍ଷରୁ ଭିକାରି ସଂଖ୍ୟା ସର୍ଭେ କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ମୋଟ୍ ୩୫ ଜଣଙ୍କୁ ଚିହ୍ନଟ କରାଯାଇଛି। ଆସନ୍ତା ଶୁକ୍ରବାର ସେମାନଙ୍କୁ ଆଶ୍ରୟ ଗୃହକୁ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେଣୁ ଏଣିକି ଆଉ ମନ୍ଦିର ନିକଟରେ ଭିକାରୀମାନଙ୍କୁ ଦେଖିବାକୁ ମିଳିବ ନାହିଁ। ରାଜ୍ୟ ସରକାରଙ୍କ ‘ଏକାମ୍ର’ ଯୋଜନାରେ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଦିଗରେ ଏହା ଏକ ବଡ଼ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି। ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଆଶ୍ରୟ ଗୃହରେ ଥଇଥାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe