ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀ: ବୈଦ୍ୟନାଥ ଖିଲାରଙ୍କୁ ‘ଭିକାରୀ ବଳ ସମ୍ମାନ’

Vikari Bal's Anniversary: 'Vikari Bal Honors' to Vaidyanatha Khilar

ଭିକାରୀ ବଳଙ୍କ ଶ୍ରାଦ୍ଧବାର୍ଷିକୀ: ବୈଦ୍ୟନାଥ ଖିଲାରଙ୍କୁ ‘ଭିକାରୀ ବଳ ସମ୍ମାନ’

ଭୁବନେଶ୍ବର: ଭିକାରୀ ବଳ ସ୍ମୃତି ସଂସଦ ଏବଂ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ମିଳିତ ଆନୁକୂଲ୍ୟରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ବୁଦ୍ଧମନ୍ଦିରରେ ପାଳିତ ହୋଇଯାଇଛି। ଏହି ଅବସରରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଦାସିଆ ନଡ଼ିଆ ସିନା ତତେ ବଢ଼ିଆ…’ ଆୟୋଜିତ ହୋଇଥିଲା। ସ୍ମୃତି ସଂସଦର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ। ଓଡ଼ିଆ ଭଜନ ଜଗତକୁ ଭଜନ ସମ୍ରାଟଙ୍କ ଅବଦାନ ସମ୍ପର୍କରେ ଅତିଥିମାନେ ମତ ରଖିଥିଲେ। ଏହି ଅବସରରେ ବରିଷ୍ଠ ଗୀତିକାର ବୈଦ୍ୟନାଥ ଖିଲାରଙ୍କୁ ‘ଭିକାରୀ ବଳ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଥିଲା। ସେହିପରି ଭିକାରୀ ବଳ ଭଜନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସାଗର ସଙ୍ଗମ ଓଝାଙ୍କୁ ସ୍ବତନ୍ତ୍ର ଜୁରି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ପ୍ରତିଯୋଗିତାର ବିଚାରକ ଥିଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ନିମାକାନ୍ତ ରାଉତରାୟ ଓ ବରିଷ୍ଠ କଣ୍ଠଶିଳ୍ପୀ ଅନସୂୟା ନାଥ। ଭିକାରୀ ବଳଙ୍କ ସ୍ୱରରେ ଗାଉଥିବା କଣ୍ଠଶିଳ୍ପୀ ରବୀନ୍ଦ୍ର ମହାପାତ୍ରଙ୍କ ଭଜନ ପରିବେଷଣ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଲଲାଟ କିଶୋର ସାହୁ, ଅଭିଷେକ ଖଟୁଆ, କୃପାସିନ୍ଧୁ ପ୍ରଧାନ, ସଂଘମିତ୍ରା ଦାସ, ଦିଲ୍ଲୀପ ନାୟକ, ମାନସ ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ମୃତି ସଂସଦର ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe