ଭୁବନେଶ୍ବର: ବଲିଉଡ୍ର ପ୍ରଥମ ସୁପରଷ୍ଟାର୍ ସ୍ବର୍ଗତ ରାଜେଶ ଖାନ୍ନାଙ୍କ ସ୍ମୃତିରେ ତାଙ୍କୁ ସଙ୍ଗୀତାଞ୍ଜଳି ଅର୍ପଣ କରିଥିଲା ସଙ୍ଗୀତାନୁଷ୍ଠାନ ‘ସୁରତରାନା’। ଜୟଦେବ ଭବନଠାରେ ଆୟୋଜିତ ଏହି ‘ଦିୱାନା ଲେକେ ଆୟା ହୈ ଦିଲ୍କା ତରାନା’ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜେଶ ଖାନାଙ୍କ ଅଭିନୀତ ବହୁ ଲୋକପ୍ରିୟ ତଥା ଚିରସବୁଜ ସଙ୍ଗୀତ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ନାଲ୍କୋର ପୂର୍ବତନ ସିଏମ୍ଡି ଏସ୍ କେ ତାମୋଟିଆ, ଇଂଜିନିୟର କମଳାକାନ୍ତ ମହାନ୍ତି ଓ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ତଥା କାର୍ଯ୍ୟକ୍ରମର ଆୟୋଜକ ଆଶିଷ ଦତ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ମନେ ପଡ଼ିଲେ ରାଜେଶ ଖାନ୍ନା, ଦିୱାନା ଲେକେ ଆୟା ହୈ ଦିଲ୍କା ତରାନା...
Advertisment
Follow Us