ଭୁବନେଶ୍ୱର: ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ଡୁମ୍ଡୁମା ଶିନିମନ୍ଦିର ନିକଟସ୍ଥ କମ୍ୟୁନିଟି ହଲ୍ଠାରେ ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍ ଭୁବନେଶ୍ୱର ଶାଖାର କ୍ଷେତ୍ର ଅଧିକାରୀ ବିଶ୍ୱନାଥ ବରାଡ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ‘ବଚପନ୍ ବଞ୍ଚାଓ ଆନ୍ଦୋଳନ’ର ରାଜ୍ୟ ସଂଯୋଜକ ସତ୍ୟନାରାୟଣ ବିଶ୍ୱାଳ ଏବଂ ଆଲୋକ କୁମାର ପାଢ଼ୀ ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମରେ କିଶୋର ନ୍ୟାୟ, ଆଇନ୍ ୨୦୧୫, ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଶିଶୁ ଅଧିକାର ଏବଂ ଶିଶୁମାନଙ୍କ ସହ ଘଟୁଥିବା ବିଭିନ୍ନ ପ୍ରକାର ଅସୁବିଧାରୁ କିପରି ସୁରକ୍ଷା ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।
ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍ ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା ଶିବିର ଆୟୋଜିତ
Advertisment
Follow Us