ଶୁଭିଲା ଶାରଦୀୟ ପାର୍ବଣର ଶଙ୍ଖନାଦ

Advertisment
ଶୁଭିଲା ଶାରଦୀୟ ପାର୍ବଣର ଶଙ୍ଖନାଦ

ଭୁବନେଶ୍ୱର: ଶୁଭିଛି ଶାରଦୀୟ ପାର୍ବଣର ଶଙ୍ଖନାଦ। ମହାମାୟୀ ଦୁର୍ଗାଙ୍କୁ ସ୍ୱାଗତ ପାଇଁ ନଦୀ ପଠାରୁ ଆସିଛି ମାଟି। ଏଥିସହ ମନ ମୋହିବାକୁ ମହା ଆଡ଼ମ୍ବରରେ ପାଦ ଥାପିଛି ପାର୍ବଣ ଋତୁ। ଶାରଦୀୟ ଦୁର୍ଗା ପୂଜାର ଆଦ୍ୟ ପର୍ବରେ କୁଆଖାଇ ନଦୀପଠା ଆଜି ଲୋକାରଣ୍ୟ ହୋଇଥିଲା। ଘଣ୍ଟ, ଶଙ୍ଖ, ଢୋଲ ମହୁରିର ମାଙ୍ଗଳିକ ଧ୍ୱନିରେ ଉଚ୍ଛୁଳିଥିଲା କୁଆଖାଇ ନଦୀ ପଠା। ମା’ଙ୍କ ମୂର୍ତି ପାଇଁ ମାଟି ଉଠାଇଥିଲେ ଶ୍ରଦ୍ଧାଳୁ। ନୟାପଲ୍ଲୀ ଦୁର୍ଗାପୂଜା ସମିତି, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ, ଜୟଦେବ ବିହାର, ବରମୁଣ୍ଡା ରୁଚିକାମାର୍କେଟ୍‌, ଗଜପତି ନଗର, ନୂଆସାହି ମହାବୀର ପୂଜା କମିଟି ପକ୍ଷରୁ ମାଟି ଅଣାଯାଇଥିଲା। ଜନ୍ମାଷ୍ଟମୀରେ ବୈଦିକ ରୀତିରେ ପୂଜାର୍ଚନା ସହ ମାଟିକୁ ଦୋଳରେ ଆଣି ସମସ୍ତ ମନ୍ଦିର ପରିକ୍ରମା କରାଯାଇଥିଲା ବୋଲି ନୟାପଲ୍ଲୀ ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା ଓ ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ କହିଛନ୍ତି। ପାର୍ବଣ ଋତୁ ଆସୁଥିବାରୁ ଶ୍ରଦ୍ଧାଳୁଙ୍କ ସହଯୋଗ ହିଁ ମା’ଙ୍କ ପୂଜାକୁ ସଫଳ କରାଇପାରିବ ବୋଲି ଦୁର୍ଗାପୂଜା ସମିତିର ଉପଦେଷ୍ଟା ନବକିଶୋର ବେହେରା କହିଛନ୍ତି। ମହାବୀର ପୂଜା କମିଟି ପକ୍ଷରୁ ମଧ୍ୟ ଆଡ଼ମ୍ବର ସହକାରେ ମାଟି ଅନୁକୂଳ ହୋଇଥିବା ମିଲନ ପାଇକରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe