‘ଶୃଙ୍ଖଳିତ ଜୀବନଶୈଳୀ କର୍କଟରୁ ଦୂରେଇ ରଖିବ’

Advertisment
‘ଶୃଙ୍ଖଳିତ ଜୀବନଶୈଳୀ କର୍କଟରୁ ଦୂରେଇ ରଖିବ’

ଭୁବନେଶ୍ବର: ବର୍ତ୍ତମାନ କିନ୍ତୁ କର୍କଟ ରୋଗ କୋକୁଆ ଭୟ ସୃଷ୍ଟି କରିଛି। ଆମେରିକାରେ ଦେଖାଯାଉଥିବା କୋଲନ୍‌ କର୍କଟ, ଫୁସ୍‌ଫୁସ୍‌ କର୍କଟ, ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ ଆଦି ରୋଗ ଏବେ ଭାରତରେ ଦେଖାଗଲାଣି। ଏହାର ମୁଖ୍ୟ କାରଣ ସହରୀ ଜୀବନଚର୍ଯ୍ୟା। ଧୀରେଧୀରେ ଆମେ ପାରମ୍ପରିକ ଜୀବନଶୈଳୀ ଓ ଖାଦ୍ୟାଭାସରୁ ଦୂରେଇ ଗଲୁଣି। ମଦ, ସିଗାରେଟ୍‌ ଓ ଗୁଟ୍‌ଖା ଆଦି ଅନେକଙ୍କ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଉଭା ହୋଇଛି। ଆମେ ଏସବୁରୁ ନ ଦୂରେଇଲେ ଆଗକୁ କର୍କଟ ଭୟଙ୍କର ରୂପ ନେବ ବୋଲି କହିଛନ୍ତି ଆପୋଲୋ ହସ୍‌ପିଟାଲ୍‌ର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଶିଶିର ସେଠୀ। ହେଟେଲ ମେ’ଫେୟାରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍କଟ ରୋଗ ନେଇ ସଚେତନତା ସମ୍ପର୍କରେ ଆଲୋଚନା କରି ଏହା କହିଥିଲେ ଡା. ସେଠୀ।

ଏହି ଅବସରରେ ସେ କହିଛନ୍ତି, ପୂର୍ବରୁ ବହୁ ମାତ୍ରାରେ ଜରାୟୁ କର୍କଟ ଦେଖାଯାଉଥିବା ବେଳେ ଲୋକମାନଙ୍କ ମଧ୍ୟରେ ସ୍ବଚ୍ଛତା ଓ ଏଚ୍‌ଆଇଭିକୁ ନେଇ ସଚେତନତା ସୃଷ୍ଟି ଫଳରେ ଏବେ ଏହି କର୍କଟ ପ୍ରାୟ ଦେଖାଯାଉନାହିଁ। ସେହିଭଳି ଲୋକମାନଙ୍କ ମଧ୍ୟରେ ତମାଖୁଜନିତ କର୍କଟ, କୋଲନ୍‌ କର୍କଟ, ଫୁସ୍‌ଫୁସ୍‌ କର୍କଟ, ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ ଆଦି ଉପରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି ଫଳରେ ଏହାକୁ କମାଯାଇପାରିବ ତଥା ପ୍ରାଥମିକ ସ୍ତରରେ ରୋଗ ନିରୂପଣ କରି ଚିକିତ୍ସା କରାଯାଇପାରିବ। ଏକ ଶୃଙ୍ଖଳିତ ଓ ସୁସ୍ଥ ଜୀବନଶୈଳୀ, ପ୍ରତିଦିନ ଶାରୀରିକ ବ୍ୟାୟାମ ଓ ସଠିକ୍‌ ଖାଦ୍ୟାଭାସ ଆମକୁ ମୋଟାପଣରୁ ଦୂରେଇ ରଖିବା ସହ କର୍କଟରୁ ମଧ୍ୟ ଦୂରେଇ ରଖେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe