ଭୁବନେଶ୍ୱର : ଯୁକ୍ତ୨ କଳା ଏବଂ ବାଣିଜ୍ୟ ପଢ଼ିବା ପରେ ନର୍ସିଂ ଟ୍ରେନିଂ ନେଇଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଷ୍ଟାଫ୍ ନର୍ସ ପଦବିରେ ନିଯୁକ୍ତି ଦେବା ଦାବିରେ ନର୍ସେସ୍ ଆକ୍ସନ କମିଟି ପକ୍ଷରୁ ଲୋୟର ପିଏମ୍ଜିରେ ଶୁକ୍ରବାର ବିକ୍ଷୋଭ ପ୍ର୍ରଦର୍ଶନ କରାଯାଇଛି। କମିଟି ଦାବି ଅନୁଯାୟୀ ୨୦୧୨ ଏବଂ ୨୦୧୩ରେ କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନର୍ସିଂ କୋର୍ସ ପଢ଼ିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଶିକ୍ଷାଗ୍ରହଣ ପରେ କେବଳ ବିଜ୍ଞାନ ବିଭାଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଷ୍ଟାଫ୍ ନର୍ସ କରିବାକୁ ନିୟମ ହୋଇଛି। ଏହାଦ୍ୱାରା ଅନେକ ଛାତ୍ରଛତ୍ରୀ ନର୍ସିଂ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବା ପରେ ଦୁଃଖରେ କାଳାତିପାତ କରୁଛନ୍ତି। ତେଣୁ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବାକୁ ଦାବି କରାଯାଇଛି। ଏଥିସହ ନର୍ସମାନଙ୍କ ସର୍ବନିମ୍ନ ଦରମା ୨୫୦୦ ଟଙ୍କା କରିବାକୁ ଦାବି ହୋଇଛି। ଏହି ବିକ୍ଷୋଭରେ ସରୋଜିନୀ ସେଠୀ, ରାକେଶ ମହାନ୍ତି, ଲିଜାରାଣୀ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଷ୍ଟାଫ ନର୍ସ ନିଯୁକ୍ତି ଦାବି : ନର୍ସେସ୍ ଆକ୍ସନ୍ କମିଟିର ବିକ୍ଷୋଭ
Advertisment
Follow Us