‘ସଚିବାଳୟ’ ମୋହ ଯାଉନି; ୨ବର୍ଷ ପରେ ବି ବଦଳିଲାନି ଫଳକ, ଏତେ ହେୟଜ୍ଞାନ କାହିଁକି?

Advertisment
‘ସଚିବାଳୟ’ ମୋହ ଯାଉନି; ୨ବର୍ଷ ପରେ ବି ବଦଳିଲାନି ଫଳକ, ଏତେ ହେୟଜ୍ଞାନ କାହିଁକି?

ଭୁବନେଶ୍ୱର : ସଚିବାଳୟକୁ ‘ଲୋକସେବା ଭବନ’ ଘୋଷଣା ହେବାକୁ ୨ ବର୍ଷ ବିତି ଗଲାଣି। ହେଲେ ଏବେ ବି ବହୁ ସ୍ଥାନରେ ଫଳକରେ ନାମ ପରିବର୍ତ୍ତନ କରାଯାଇନାହିଁ। ସହର ବାହାରେ ହେଉ କି ଭିତରେ, ଦିଗସୂଚକ ବୋର୍ଡଗୁଡ଼ିକରେ ଏବେ ‘ସଚିବାଳୟ’ ଲେଖା ରହିଛି। ବୋର୍ଡରେ ଓଡ଼ିଆରେ ସଚିବାଳୟ ଓ ତଳେ ଇଂରାଜୀରେ ସେକ୍ରେଟାରିଏଟ ବୋଲି ଲେଖାଯାଇଛି। ଲୋକସେବା ଭବନକୁ ପଡ଼ିଥିବା ମୁଖ୍ୟ ରାସ୍ତାର ଆରମ୍ଭରୁ ଅର୍ଥାତ ଆଚାର୍ଯ୍ୟବିହାର ଛକରୁ ଲୋକସେବା ଭବନ ରାସ୍ତାରେ ଥିବା ଦିଗସୂଚକ ଫଳକରେ ସେକ୍ରେଟାରିଏଟ୍‌କୁ ରାସ୍ତା ବୋଲି ଦର୍ଶାଯାଇଛି। କେବଳ ଆଚାର୍ଯ୍ୟବିହାର ନୁହେଁ, ବାଣୀବିହାର, କଳ୍ପନା ଆଦି ରାସ୍ତାର ପ୍ରାରମ୍ଭରେ ଥିବା ବୋର୍ଡ ଗୁଡ଼ିକରେ ମଧ୍ୟ ଏଭଳି ଉଲ୍ଲେଖ ରହିଛି। ସେମିତି ସହର ଭିତରକୁ ପ୍ରବେଶପଥରେ ଥିବା ଫଳକରେ ବି କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହାଛଡ଼ା ମୋ ବସ୍‌ଷ୍ଟପ ମାନଚିତ୍ରରେ ବି ଲୋକସେବା ଭବନ ବଦଳରେ ସେକ୍ରେଟାରିଏଟ୍‌କୁ ରାସ୍ତା ଥିବା ବୋଲି ଦର୍ଶାଯାଇଛି।

publive-image ଆଚାର୍ଯ୍ୟବିହାର ଛକ

ସେହିଭଳି ପୁରୀରୁ ଭୁବନେଶ୍ବର ଫେରିଲା ବେଳେ ଉତ୍ତରା ଛକରେ ଯେଉଁ ବଡ଼ ଫାଟକ କରାଯାଇଛି, ସେଥିରେ ଚିତ୍ର ଆହୁରି ବିଚିତ୍ର। ‌ସଚିବାଳୟ ନାମ ବଦଳିଲା ପରେ ସେଠାରେ ଫଳକ ବଦଳିଛି। ଓଡ଼ିଆରେ ‘ଲୋକସେବା ଭବନ’ ଲେଖାଯାଇଛି। କିନ୍ତୁ ଇଂରାଜୀରେ ‘ସେକ୍ରେଟାରିଏଟ୍‌’ ବୋଲି ଏବେ ବି ରହିଛି। ପ୍ରଶ୍ନ ଉଠୁଛି, ‘ଲୋକସେବା ଭବନ’ର ଇଂରାଜୀ ଅନୁବାଦ ‘ସେକ୍ରେଟାରିଏଟ୍‌’ କି ? ଏପରି ବିଭ୍ରାନ୍ତିକର ଲେଖା ଅଯଥାରେ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛି।

publive-image ରାଜମହଲ ଛକ ଫ୍ଲାଏଓଭର

ସୂଚନାଯୋଗ୍ୟ, ୨୦୧୯ ମସିହା ଜୁଲାଇ ମାସରେ ‘ସଚିବାଳୟ’ର ନାମକୁ ପରିବର୍ତ୍ତନ କରାଯାଇଥିଲା। ଲୋକଙ୍କ ସେବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ବୋଲି ଦର୍ଶାଇ ଏହାକୁ ‘ଲୋକସେବା ଭବନ’ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହା ସତ୍ତ୍ବେ ଫଳକଗୁଡ଼ିକରେ ନାମ ପୂର୍ବରୁ ଯାହା ଥିଲା, ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମ୍ଭବତଃ କିଛି ଅଧିକାରୀଙ୍କ ‘ସଚିବାଳୟ’ ଶବ୍ଦର ମୋହ ତୁଟୁନି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe