ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଶବ ଜବତ

ଗଂଜାମ: ମନ୍ଦିର ପଛପଟୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

The English Post

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ତାରାସୁନ୍ଦରୀ ରୋଡ୍‌ ବସେରା ଆପାର୍ଟମେଣ୍ଟ୍‌ରୁ ଜଣେ ମହିଳାଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ମଣିଦୀପା ପଟ୍ଟନାୟକ(୪୯)। ସେ ଏହି ଅପାର୍ଟମେଣ୍ଟ୍‌ର ୪୦୪‌ ନମ୍ବର ଘରେ ରହୁଥିଲେ। ବେଡ୍‌ ରୁମ୍‌ରେ ତାଙ୍କ ଶବ ମୁହଁ ମାଡ଼ି ପଡ଼ିଥିଲା। ପ୍ରାୟ ୩ରୁ ୪ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେ ରାଜ୍ୟ ସଂସ୍କୃତି ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଥିଲେ ବୋଲି ଆଲୋଚନା ହେଉଛି।

ପୁଲିସ ସୂଚନାନୁଯାୟୀ ମଣିଦୀପା ଭୀମଟାଙ୍ଗୀର ମନୋଜ ପଟ୍ଟନାୟକଙ୍କୁ ୨୧ବର୍ଷ ପୂର୍ବରୁ ବିବାହ କରିଥିଲେ। ମନୋଜ ବ୍ୟବସାୟ କରନ୍ତି। ପ୍ରାୟ ସମୟ ବାହାରେ ରୁହନ୍ତି। ତାଙ୍କର ଏକମାତ୍ର ପୁଅ(୨୦) ଦିଲ୍ଲୀରେ ରୁହନ୍ତି। ବିଭିନ୍ନ କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ରହିଥିଲା। ୫ବର୍ଷ ହେଲା ଉଭୟ ଅଲଗା ରହୁଥିଲେ। ଏପରିକି ମଣିଦୀପା ‌ତାଙ୍କ ସ୍ବାମୀଙ୍କ ନାମରେ ପୂର୍ବରୁ ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ କରିଥିଲେ। ତାଙ୍କ ପୁଅ ଗତ ୧୪ତାରିଖରେ ସେଠାକୁ ଆସିଥିବା ବେଳେ ମଣିଦୀପାଙ୍କ ମୋବାଇଲ୍‌ ବନ୍ଦ ଥିଲା। ମଣିଦୀପା କବାଟ ନ ଖୋଲିବାରୁ ସେ ପଳାଇଥିଲେ। ବାତ୍ୟା ପରଠୁ ସେ କବାଟ ଖୋଲୁ ନଥିଲେ। ଏ ନେଇ ସନ୍ଦେହ ହେବାରୁ ପଡ଼ୋଶୀ ତାଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ବଡ଼ ଭାଇ ଦୀପଙ୍କର ପଟ୍ଟନାୟକ ଘରର କବାଟ ବନ୍ଦଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe