ସରକାରୀ ଜମି ଟ୍ରଷ୍ଟ ହାତକୁ ଟେକି ଦେବା ଲାଗି ପ୍ରଶାସନର ମସୁଧା, ନ୍ୟାୟାଳୟର ଦ୍ବାରସ୍ଥ ହେବେ ଗ୍ରାମବାସୀ

Advertisment
ପଡ଼ି ରହିଛି ଶହ ଶହ ମାମଲା, ଜେଲ୍‌ରୁ ମୁକୁଳିଲେଣି ୫୬୭୦ କଏଦୀ

BBC.com

ବାରଙ୍ଗ: ଚନ୍ଦକା ଥାନା ଅଧୀନ ଅନ୍ଧାରୁଆ ମୌଜାର ଗୋଚର ଜମିକୁ ଏକ ଟ୍ରଷ୍ଟ ହାତକୁ ଟେକି ଦେବା ଲାଗି ପ୍ରଶାସନିକ ସ୍ତରରେ ମସୁଧା ଚାଲିଛି। ପ୍ରଶାସନରର ଏଭଳି ନିଷ୍ପତ୍ତି ପ୍ରତିବାଦରେ ଅନ୍ଧାରୁଆ ଗ୍ରାମବାସୀ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି। ଅନ୍ଧାରୁଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀ‌ରେ ଗ୍ରାମବାସୀ ଓ ମା’ ଗୋଜବାୟାଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅଭିଯୋଗ ମୁତାବକ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ପାଖ ଖାତା ନମ୍ବର ୨୮୭୪, ପ୍ଲଟ ନମ୍ବର ୪୦୦୧ରେ ଥିବା ୫ଏକର ୭୫୦ ଡେସିମିଲ ସରକାରୀ ଜାଗାରେ ୧୫ବର୍ଷ ହେବ ୩ ବଖରା ଆଜବେଷ୍ଟସ୍‌ ଘର କରି ବୈଠକ କରି ଆସୁଥିଲେ। ସେଠାରେ ବଡ଼ି, ପାମ୍ପଡ଼, ଅଗରବତି ତିଆରି କରିବା ସହ ବୃକ୍ଷରୋପଣ ମଧ୍ୟ କରିଥିଲେ। ହଠାତ୍ ଭୁବନେଶ୍ବର ଅତିରିକ୍ତ ତହସିଲଦାର ଓ ଚନ୍ଦକା ଥାନା ଅଧିକାରୀ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ଡ୍ରୋଜର ଲଗାଇ ଘର ଭାଙ୍ଗି ଦେଲେ। ଖବର ନେବାରୁ ଜଣାପଡ଼ିଲା, ପ୍ରଶାସନ ଏକ ଟ୍ରଷ୍ଟ ହାତକୁ ଏହି ଜମିକୁ ଟେକି ଦେବା ଲାଗି ମସୁଧା କରୁଛନ୍ତି। ଏ ବାବଦରେ ଖୋର୍ଧା ଜିଲ୍ଲାପାଳଙ୍କ ନିକଟକୁ ଡାକ ମାଧ୍ୟମରେ ଅଭିଯୋଗ ପ୍ରେରଣ କରାଯାଇ ଏହାର ନକଲ ଉପ ଜିଲ୍ଲାପାଳ, ତହସିଲଦାର, ଆରଡିସି ଓ ଏଡିଏମ୍‌ଙ୍କୁ ମଧ୍ୟ ପ୍ରେରଣ କରାଯାଇଛି। ସରକାରୀ ଜମିଟିକୁ ଟ୍ରଷ୍ଟକୁ ନ ଦେଇ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓଧ ଗ୍ରାମବାସୀଙ୍କ ଉନ୍ନତିକଳ୍ପେ ବ୍ୟବହାର କରିବା ପାଇଁ ଛ‌ାଡ଼ି ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe