ସାମୂହିକ ଉଦ୍ୟମରେ ସ୍ବାସ୍ଥ୍ୟସେବା ସୁଦୃଢ଼ ହୋଇପାରିବ

ସାମୂହିକ ଉଦ୍ୟମରେ ସ୍ବାସ୍ଥ୍ୟସେବା ସୁଦୃଢ଼ ହୋଇପାରିବ

ଭୁବନେଶ୍ବର: ଆଜି ବ˚ଶୀଧର ଓ ଇଲା ପଣ୍ତା ଫାଉଣ୍ତେସନ୍‌(ବିଆଇପିଏଫ୍‌) ପକ୍ଷରୁ ଆଇଡିଏଟ୍‌ ୨୦୧୮ ଅଧୀନରେ ଆନ୍ତର୍ଜାତିକ ସ୍ବେଚ୍ଛାସେବା ଅନୁଷ୍ଠାନ ‘ପାଥ୍‌’ର ମିଳିତ ଆନୁକୂଲ୍ୟରେ ‘ଗୋଷ୍ଠୀ ସମୁଦାୟଙ୍କ ସହଭାଗିତାରେ ସହରାଞ୍ଚଳରେ ସ୍ବାସ୍ଥ୍ୟସେବାକୁ ଅଧିକ ଦୃଢ଼ୀଭୂତ କରାଯିବା- ଏକ ଆହ୍ବାନ, ସମ୍ଭାବନା ଓ ଉପାୟ’ ସମ୍ପର୍କରେ ଏକ ଆଲୋଚନାଚକ୍ର ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବିଆଇପିଏଫ୍‌ର ସିଇଓ ଶୈଫାଳିକା ପଣ୍ତା କହିଲେ, ବର୍ତ୍ତମାନ ସହରାଞ୍ଚଳରେ ଗରିବ ଓ ସାଧାରଣ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ସହରାଞ୍ଚଳରେ ଘରୋଇ ହସ୍ପିଟାଲ ଅଧିକ ରହିଛି। ହେଲେ ଏହି କ୍ଷେତ୍ରରେ ସାଧାରଣ ଓ ଗରିବ ଲୋକମାନେ ଉପଯୁକ୍ତ ସେବା ପାଉନାହାନ୍ତି। ସେମାନଙ୍କୁ ସ୍ବାସ୍ଥ୍ୟସେବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ସେମାନଙ୍କୁ ଉପଯୁକ୍ତ ସେବା ମିଳିବା ପାଇଁ ରାଜ୍ୟ ସରକାର ଓ ବିଭିନ୍ନ ସ˚ଗଠନମାନେ ଆଗେଇ ଆସିବା ଦରକାର ବୋଲି ସେ ଆହ୍ବାନ କରିଥିଲେ। ଆଡ୍‌ଭୋକେସି ଆଣ୍ତ୍‌ ପାର୍ଟନର‌୍‌ସିପ୍‌, ପପୁଲେସନ୍‌ ସର୍ଭିସେସ୍‌, ଭାରତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ସଂଜୟ ପାଣ୍ତେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କହିଲେ, ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଉଛନ୍ତି। ହେଲେ ଘରୋଇ ସ୍ବାସ୍ଥ୍ୟ ସ˚ସ୍ଥାମାନେ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ସେମାନେ କେବଳ କ୍ୟୁରେଟିଭ୍‌ ସେବାକୁ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ସେମାନେ ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ଆଗେଇ ଆସିବା ଦରକାର ବୋଲି ଡାକ୍ତର ପାଣ୍ତେ କହିଛନ୍ତି।

ଏମ୍‌ଏନ୍‌ସିଏଚ୍‌ଏନ୍‌ଏ, ପାଥ୍‌, ଭାରତର ବୈଷୟିକ ନିର୍ଦ୍ଦେଶକ ରାଜୀବ ଟଣ୍ତନ୍‌ କହିଥିଲେ ଯେ ଆମକୁ ସମସ୍ତଙ୍କ ପାଇଁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ହେଲେ ଆହୁରି ଅନେକ କାର୍ଯ୍ୟ କରିବାକୁ ପଡ଼ିବ। ରାଷ୍ଟ୍ରୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ (ଏନ୍‌ୟୁଏଚ୍‌ଏମ୍‌ରେ ଗୋଷ୍ଠୀଗୁଡ଼ିକର ଅ˚ଶଗ୍ରହଣକୁ ଅଧିକ ଗୁରୁତ୍ବ ଦିଆଯାଇଛି ଏବ˚ ଏହି ଲକ୍ଷ ହାସଲ କରିବାକୁ ଆମକୁ ଗୋଷ୍ଠୀଗୁଡ଼ିକୁ ଅଧିକ ସଶକ୍ତ କରିବାକୁ ହେବ। ଏହି ଆଲୋଚନାଚକ୍ରରେ ଶିଶୁ ସ୍ବାସ୍ଥ୍ୟ ବିଭାଗର ରାଷ୍ଟ୍ରୀୟ ମୁଖ୍ୟ ଡକ୍ଟର ମୃଣାଳ ସେତ୍ୟେ, ପବ୍ଲିକ୍‌ ହେଲ୍‌ଥ ଫାଉଣ୍ତେସନ୍‌ ହାଇଦ୍ରାବାଦର ଡକ୍ଟର ଲିପିକା ନନ୍ଦ ଏବ˚ ଆପୋଲୋ ହସ୍ପିଟାଲ୍‌ ସିଇଓ ସୁଧୀର ଏମ୍‌ ଦିଗିକର ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe