ସ୍ୱଦେଶୀ ମେଳାରେ ଜମୁଛି ଭିଡ଼

Advertisment
ସ୍ୱଦେଶୀ ମେଳାରେ ଜମୁଛି ଭିଡ଼

ଭୁବନେଶ୍ୱର,୧୦|୧୦(ଇମିସ): ସ୍ଥାନୀୟ ରସୁଲଗଡ଼ ଦୁର୍ଗାପୂଜା ପଡ଼ିଆରେ ୭ ତାରିଖରୁ ଚାଲୁଥିବା ସ୍ୱଦେଶୀ ମେଳାର ଆଜି ଥିଲା ଚତୁର୍ଥ ଦିବସ। ସ୍ୱେଦେଶୀ ଜ୍ଞାନକୌଶଳରେ ଆମ ଦେଶର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଆଜି ମଧ୍ୟ ଭିଡ଼ ଜମିଥିଲା। କପ୍‌ ପ୍ଲେଟ୍‌ ଠାରୁ ଆରମ୍ଭ କରି ବିଭିନ୍ନ ପୋଷାକ ଷ୍ଟଲ୍‌ରେ ଭିଡ଼ ଲାଗିଥିଲା। ଏଥିିିସହ ମେଳା ପରିସରରେ ଥିବା ଖାଦ୍ୟ ଷ୍ଟଲ୍‌ରେ ମାଟିହାଣ୍ଡି ମଟନ୍‌ ସାଙ୍ଗକୁ ମୁଢ଼ି ଖାଇବା ଲାଗି ଆଗ୍ରହ ପ୍ରକାଶ ପାଇଥିଲା। ସବୁଦିନ ପରି ମଧ୍ୟ ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ଦେ, ବିଜେପି ବରିଷ୍ଠ ନେତା ସଜ୍ଜନ ଶର୍ମା, କୋଲ୍‌ ଇଣ୍ଡିଆ ନିର୍ଦେଶକ ବିଷ୍ଣୁ ଦାସ ଓ ହାସ୍ୟ ଅଭିନେତା ହରି ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe