ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଓକିଲଙ୍କ ଧାରଣା

Advertisment
ନ୍ୟାୟପାଳିକାର ଜାଗ୍ରତ ପ୍ରହରୀ

ପୁରୁଣା ଭୁବନେଶ୍ବର: ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଆଜି ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଆଇନଜୀବୀମାନେ କୋର୍ଟ ସମ୍ମୁଖରେ ଧାରଣା ଦେଇଥିଲେ। ସଂଘ ପକ୍ଷରୁ ଦାବି କରାଯାଇଥିଲା ଯେ ଭାରତବର୍ଷରେ ପ୍ରତ୍ୟେକ ରାଜ୍ୟ ରାଜଧାନୀରେ ହାଇକୋର୍ଟ ରହିଛି। କିନ୍ତୁ ଭୁବନେଶ୍ବରରେ ହାଇକୋର୍ଟ କିମ୍ବା ହାଇକୋର୍ଟ ବେଞ୍ଚ ନାହିଁ। କଟକରୁ ହାଇକୋର୍ଟ ଭୁବନେଶ୍ବରକୁ ସ୍ଥାନାନ୍ତର ହେଲେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଥିବା ବିପୁଳ ଅର୍ଥ ବଞ୍ଚିପାରିବ। ଏହାକୁ ବିଚାରକୁ ନେଇ ପ୍ରତି ମାସରେ ପ୍ରତିବାଦ କରାଯାଉଥିବା ବେଳେ ଆଜି ସଂଘର ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିବାଦ କରାଯାଇଥିଲା। ଓକିଲମାନେ କୋର୍ଟ ସମ୍ମୁଖରେ ଧାରଣା ଦେଇ ବସିଥିଲେ। ଏଥିରେ ସଂଘର ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ, ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି, ସେହିପରି ଯୁଗ୍ମ ସମ୍ପାଦକ, ବିପିନ୍‌ ବଳିଆରସିଂ, ସହ ସମ୍ପାଦକ ଅମୂଲ୍ୟା ମହାନ୍ତି, କୋଷାଧ୍ୟକ୍ଷ ସଞ୍ଜୀବ ଦାସ ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe