୧୯ ଥାନାରେ ଲାଗିଲା ଜେନେରେଟର୍‌

Advertisment
୧୯ ଥାନାରେ ଲାଗିଲା ଜେନେରେଟର୍‌

OLX.in

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କୌଣସି ସମୟରେ ବିଦ୍ୟୁତ କାଟ୍‌ ଯୋଗୁଁ ଆଉ ଅନ୍ଧାରରେ ରହିବନି ରାଜଧାନୀର ଥାନା। ମହିଳା, ବିଦ୍ୟୁତ ଓ ଏୟାରଫିଲ୍‌ଡ ଥାନାକୁ ଛାଡ଼ିଲେ ଅନ୍ୟ ୧୯ଟି ଥାନାରେ ଲଗାଯାଇଛି ୧୫ କେଭିଏ (କିଲୋ ଭୋଲ୍‌ଟ ଆମ୍ପିୟର୍‌) କ୍ଷମତା ବିଶିଷ୍ଟ ଜେନେରେଟର୍‌। ଏଥି ପାଇଁ ପ୍ରାୟ ୯୫ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣାପଡ଼ିଛି। ସେହିପରି ଡିସିପିଙ୍କ କାର୍ଯ୍ୟାଳୟ ସମେତ ଟ୍ରାଫିକ୍‌ ଏବଂ ସପ୍ତମ ବାଟାଲିୟନ୍‌କୁ ୪୪ଲକ୍ଷ ଟଙ୍କା ବିନିମୟରେ ୪ଟି ୨୫ କେଭିଏ ବିଶିଷ୍ଟ ଡିଜି ଦିଆଯାଇଥିବା ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି କହିଛନ୍ତି। ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି, ପାକୃତିକ ବିପର୍ଯ୍ୟୟ ସମୟରେ ୩-୪ ଦିନ ଧରି ବିଦ୍ୟୁତ ସେବା ବନ୍ଦ ହେଇଯାଉଛି। ସେହିପରି ଅନ୍ୟ ଦିନଗୁଡ଼ିକରେ ମଧ୍ୟ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ୍‌ ହୋଉଛି। ଏଥିଯୋଗୁ ଥାନା କାମ ବାଧାପ୍ରାପ୍ତ ହେଉଛି। ବିଶେଷ କରି ସିସିଟିଏନ୍‌ଏସ୍‌, ଭିଏଚ୍‌ପି ସେବାରେ ସମସ୍ୟା ଦେଖାଦେଉଛି। ଆଗକୁ ଏପରି ସମସ୍ୟା ଆଉ ରହିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe