୫୯ ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକା ଦେଲେ

Advertisment
୫୯ ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକା ଦେଲେ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଗୁରୁବାର ୫୯ଜଣ ବରିଷ୍ଠ ନାଗରିକଙ୍କୁ ଘରୁ ଗାଡ଼ିରେ ଆଣି ଟିକା ଦିଆଯାଇଛି। ୬୦ ବର୍ଷର ଊର୍ଦ୍ଧ୍ବ ଯେଉଁ ବରିଷ୍ଠ ନାଗରିକମାନେ ଘରୁ ଆସି ପାରୁନାହାନ୍ତି ବା ଏକାକୀ ରହୁଛନ୍ତି, ସେମାନଙ୍କୁ ବିଏମ୍‌ସି ପକ୍ଷରୁ ଗାଡ଼ିରେ ଟିକାଦାନ କେନ୍ଦ୍ରକୁ ଆଣିବା ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରଥମ ଦୁଇ/ତିନିଦିନ ଅଧିକ ଲୋକ ସାମିଲ୍ ହୋଇ ନଥିବା ବେଳେ ଗୁରୁବାର ୫୯ଜଣ ବରିଷ୍ଠ ନାଗରିକ ଆସି ଟିକା ନେଇଛନ୍ତି।

ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ରେ ୨୨ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୨୨ଜଣ ଏବଂ ଉତ୍ତର ଜୋନ୍‌ରେ ୧୫ଜଣ ଟିକା ନେଇଛନ୍ତି। ସମସ୍ତଙ୍କୁ ବିଏମ୍‌ସି ଗାଡ଼ିରେ ଘରୁ ଟିକାଦାନ କେନ୍ଦ୍ରକୁ ଆଣିଥିଲା। ଟିକା ନେବା ପରେ ସେମାନେ ଅଧଘଣ୍ଟା ଅପେକ୍ଷା କରିଥିଲେ। ଏହାପରେ ସେମାନଙ୍କୁ ନେଇ ଘରେ ଛଡ଼ା ଯାଇଥିଲା। ଯେଉଁମାନେ ଏହି ଅଭିଯାନରେ ସାମିଲ୍‌ ହେବାକୁ ଚାହୁଥିବେ, ସେମାନେ ସକାଳ ୮ଟାରୁ ୧୧ଟା ମଧ୍ୟରେ ୧୯୨୯ରେ ଫୋନ୍‌ କରି ବୁକିଂ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe