୮ ଦିନ ହେଲା ମହିଳା ନିଖୋଜ

Advertisment
୫୫ ପ୍ରତିଶତ ଗର୍ଭବତୀ ରକ୍ତହୀନତାର ଶିକାର

ABC

ବାଲିପାଟଣା : ଦୀର୍ଘ ଆଠ ଦିନ ହେଲା ସ୍ତ୍ରୀ ନିଖୋଜ। ସବୁଆଡ଼େ ଖୋଜାଖୋଜି କଲା ପରେ ନିରାଶ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀ। ସୂଚନା ମୁତାବକ ବାଲିପାଟଣା ଥାନା ଅନ୍ତର୍ଗତ ଗିରିଙ୍ଗ ଗ୍ରାମର ଗୁଣନିଧି ନାୟକଙ୍କ ପୁଅ ଗୌତମ ନାୟକ (୩୩) ୨୦୧୨ ନଭେମ୍ବର ୪ରେ ମମତା ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ଗତ ୬ ତାରିଖ ଦିନ ପ୍ରାୟ ଦିନ ୧୦.୩୦ ରେ ମମତା ଗ୍ରାମରେ ଥିବା ଏକ ମହିଳା ମଣ୍ଡଳକୁ କିସ୍ତି ଟଙ୍କା ଦେବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଗୌତମ ଚାରିଆଡ଼େ ଖୋଜାଖୋଜି କରିଥିଲେ ହେଁ କୌଣସି ଖୋଜ ଖବର ନପାଇ ବାଲିପାଟଣା ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe