ପଇତା ଲାଗି ନୀତିକୁ ନେଇ ବିବାଦ; ଗତକାଲିଠାରୁ ଶ୍ରୀଲିଙ୍ଗରାଜ ଅପୂଜା ଓ ଉପାସ

ପଇତା ଲାଗି ନୀତିକୁ ନେଇ ବିବାଦ; ଗତକାଲିଠାରୁ ଶ୍ରୀଲିଙ୍ଗରାଜ ଅପୂଜା ଓ ଉପାସ

Drishti IAS

ଭୁବନେଶ୍ବର: ଗତକାଲି ଠାରୁ ଶ୍ରୀ ଲିଙ୍ଗରାଜକୁ ଅପୂଜା ଓ ଉପାସ ରଖାଯାଇଛି। ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ବିବାଦ ଲାଗିଥିବାରୁ ଗତକାଲି ସନ୍ଧ୍ୟା ଧୂପରୁ ନୀତି ବନ୍ଦ ରହିଥିବା ସୂଚନା ରହିଛି। ନୀତି ବିଭ୍ରାଟ ହୋଇଥିବାରୁ ଏପର୍ଯ୍ୟନ୍ତ କିଛି ନୀତି ହୋଇନାହିଁ। ଗତ ବର୍ଷଠାରୁ ଦୁଇ ନିଯୋଗ ଭିତରେ ବିବାଦ ଲାଗିଥିଲେ ବି ସମାଧାନ ହୋଇପାରିନି। ଏନେଇ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ସମ୍ପୂର୍ଣ ଦାୟୀ କରିଛନ୍ତି ସେବାୟତ।

ଏ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଫୋନ୍‌ ଯୋଗେ କହିଛନ୍ତି, ‘ ଲିଙ୍ଗରାଜଙ୍କ ନିକଟରେ ଏକ ପଇତା ଲାଗି ନୀତିକାନ୍ତି ରହିଛି। ଚତୁର୍ଦଶୀ ପୂର୍ବ ଦିନ ପଇତା ଧୋଇ ପୂଜା ପଣ୍ଡା ପ୍ରଭୁଙ୍କୁ ୩ଟି ପଇତା ଲାଗି କରିଥାନ୍ତି। ମାତ୍ର ବଡୁ ସେବାୟତଙ୍କ କହିବା କଥା ହେଲା ପୂଜା ପଣ୍ଡା ପଇତା ଲାଗି କରିପାରିବେ ନାହିଁ। ସେ ପଟିଏ କରି‌ବେ ଓ ଆମେ ୨ ଗୋଟି ଲାଗି କରିବୁ। ମାତ୍ର ପୂଜା ପଣ୍ଡା ତାହାକୁ ଗ୍ରହଣ କରିନଥିଲେ। ୩ ଗୋଟି ପଇତା ସେ ମନ୍ତ୍ର କରି ଲାଗି କରିବେ ବୋଲି ଜିଦ୍‌ ଧରିଥିଲେ। ଏପରି ବିବାଦ ୨୦୨୦ ମସିହାରେ ବି ଥରେ ଉପୁଜିଥିଲା। ୨୦୨୧ ବି ସମାନ ଘଟଣା ଘଟିଥିଲା। ଏପରିକି ପଇତା ଧୁଆ ହୋଇ ମନ୍ତ୍ରା ସରିଥିଲେ ବି ଲାଗି ପାରିନଥିଲା। ବାରମ୍ବାର ଏପରି ନୀତିକାନ୍ତିରେ ବିଭ୍ରାଟ ହେଉଥିବାରୁ ଗତବର୍ଷ ମନ୍ଦିର କାର୍ଯ୍ୟାଳୟ ବାଧ୍ୟ ହୋଇ ଦେବୋତ୍ତର କମିଶନ ନିକଟକୁ ଯାଇଥିଲା। ହେଲେ ଆଜି ଯାଏ ନୋଟିସ୍‌ ହେଲାନି କି ବିଚାର ହେଲାନି। ଟ୍ରଷ୍ଟ୍‌ ବୋର୍ଡରେ ବି ୨୭ ତାରିଖରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଥାନ୍ତା, କଲେକ୍ଟର ସେ ମିଟିଂକୁ ଘୁଞ୍ଚାଇ ଦେଲେ।  ଏଥିରୁ ଜଣାପଡୁଛି ପ୍ରଶାସନ କିମ୍ବା ଦେବୋତ୍ତର କମିଶନଙ୍କର ଲିଙ୍ଗରାଜଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ। ଏମିତିକି ରାଜ୍ୟ ସରକାରଙ୍କ ବି ନାହିଁ। ଯଦି ଥାଆନ୍ତା ତେବେ ଏସବୁ ବିଶୃଙ୍ଖଳା ହୁଅନ୍ତାନି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe