ମଦମୁକ୍ତ ଓଡ଼ିଶା ଗଠନ ପାଇଁ ନୂଆଦିଲ୍ଲୀରେ ଶପଥ

ଦିଲ୍ଲୀ ରାଜଘାଟର ମହାତ୍ମାଗାନ୍ଧୀଙ୍କ ସମାଧିପୀଠଠାରେ ଆଜି ‘ମଦମୁକ୍ତ ଭାରତ’ର ଆହ୍ବାନରେ ‘‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)’ର  ପ୍ରାୟ ୧୪ରୁ ଅଧିକ କର୍ମକର୍ତ୍ତାଙ୍କ ସମେତ ସାରା ଦେଶରୁ ୧୫ଟି ରାଜ୍ୟର ପ୍ରତିନିଧି ଉପସ୍ଥିତ ରହି ‘ମଦମୁକ୍ତ ଭାରତ’ ଗଠନ ପାଇଁ ଶପଥ  ନେଇଛନ୍ତି।

dl

ଭୁବନେଶ୍ବର: ଦିଲ୍ଲୀ ରାଜଘାଟର ମହାତ୍ମାଗାନ୍ଧୀଙ୍କ ସମାଧିପୀଠଠାରେ ଆଜି ‘ମଦମୁକ୍ତ ଭାରତ’ର ଆହ୍ବାନରେ ‘‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)’ର  ପ୍ରାୟ ୧୪ରୁ ଅଧିକ କର୍ମକର୍ତ୍ତାଙ୍କ ସମେତ ସାରା ଦେଶରୁ ୧୫ଟି ରାଜ୍ୟର ପ୍ରତିନିଧି ଉପସ୍ଥିତ ରହି ‘ମଦମୁକ୍ତ ଭାରତ’ ଗଠନ ପାଇଁ ଶପଥ  ନେଇଛନ୍ତି। ପ୍ରତି ରାଜ୍ୟରେ କିପରି ନିଶା କାରବାରକୁ ରୋକାଯାଇ ପାରିବ ତାର କାର୍ଯ୍ୟ ଖସଡା ତିଆରି କରିଛନ୍ତି।

ଏଥିରେ ଦେଶର ବିଭିନ୍ନ ରାଜ୍ୟର ଶତାଧିକ ନେତୃତ୍ବ  ଯୋଗ ଦେଇଥିବା ବେଳେ ଓଡିଶାରୁ ‘ମୋନା’ର ବରିଷ୍ଠ ସଦସ୍ୟ ମଳୟ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଉପସଭାପତି ଅର୍ଜୁନ ଚରଣ ସାମନ୍ତରାୟ, ସମ୍ପାଦକ ଗିରିଜା ନାୟକ, କବିତା ପରିଡା, ଖଗେଶ୍ବର ବଳ, ରମାକାନ୍ତ ମଣ୍ଡଳ, ସଂଗଠନ ସମ୍ପାଦକ ଅରୁଣ କୁମାର ସ୍ବାଇଁ, କାର୍ଯ୍ୟାଳୟ ସମ୍ପାଦକ ଶୁଭେନ୍ଦୁ କୁମାର ରାଉତରାୟ, କୋଷାଧ୍ୟକ୍ଷ ପ୍ରିୟନାଥ ଆଚାର୍ଯ୍ୟ, ଭୁବନେଶ୍ବର ଉପସଭାପତି ଗୀତାଞ୍ଜଳି ସ୍ବାଇଁ, ସଦସ୍ୟା ଶାନ୍ତିଲତା ରାଉତରାୟ, ଗୀତାଞ୍ଜଳି ଦଳାଇ, ବାଣୀ ମଞ୍ଜରୀ ଦାସ ଓ ତପସ୍ବିନୀ କର ସମେତ ଅନ୍ୟମାନେ ଯୋଗଦେଇଥିଲେ।

ଓଡିଶାକୁ ମଦମୁକ୍ତ କରିବା ପାଇଁ ଏବଂ ସରକାର ମଦ ଲାଇସେନ୍ସ  ବନ୍ଦ କରିବା ଦାବିରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହ ଅକ୍ଟୋବର ୧୫ ତାରିଖ ଦିନ ୧୨ଟାରେ ରାଷ୍ଟ୍ରପତିଙ୍କ ସ୍ବୀକୃତିକ୍ରମେ ଏକ ୧୦ଜଣିଆ ପ୍ରତିନିଧିଦଳ ‘ମୋନା’ ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ବୋଲି ଜଣାଇଛନ୍ତି।

Wine

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe