ଇଣ୍ଟରନେଟ୍‌ ଅଶ୍ଳୀଳତା, ଭାରତୀୟଙ୍କ ଭିଡ଼

Advertisment

ପ୍ରସଙ୍ଗ

ପ୍ରସଙ୍ଗ

ଇଣ୍ଟରନେଟ୍‌ ଅଶ୍ଳୀଳତା, ଭାରତୀୟଙ୍କ ଭିଡ଼

everydayonsales.com

ଭାରତରେ ଅଶ୍ଳୀଳତାକୁ ନେଇ ଆଗ୍ରହ ଏବଂ କୌତୂହଳ ଇଣ୍ଟରନେଟ୍‍ର ବ୍ୟବହାରରେ ପରିଦୃଷ୍ଟ। ସ୍ମାର୍ଟ‌୍ ଫୋନ୍‍ର ବହୁଳତା ଭାରତୀୟମାନଙ୍କ କାମୁକ ଚରିତ୍ରକୁ ସତେ ଯେମିତି ଉଜାଗର କରି ପକାଇଛି।

ଏକ ସର୍ବେକ୍ଷଣ ଅନୁଯାୟୀ ଆମ ଦେଶରେ ୩୦ରୁ ୭୦% ପର୍ଯ୍ୟନ୍ତ ଇଣ୍ଟରନେଟ୍ ଡାଟା ହେଉଛି ଅଶ୍ଳୀଳ ଭିଡିଓ ସମ୍ବଳିତ। ଅଶ୍ଳୀଳତାର ବିପଣି ଖୋଲି ବସିଥିବା ୱେବ୍‌ସାଇଟ୍‌ଗୁଡ଼ିକ ବଳାତ୍କାର ଭଳି ଅପରାଧକୁ ପ୍ରୋତ୍ସାହନ ଦେଉଥିବାରୁ ୨୦୧୫ରେ ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ୮୫୭ଟି ଅଶ୍ଳୀଳ ୱେବ୍‍ସାଇଟ୍‍କୁ ନିଷେଧ କରାଯାଇଥିଲା। ୨୦୧୮ ମସିହା ଅକ୍‍ଟୋବରରେ ମଧ୍ୟ କେନ୍ଦ୍ର ସରକାର ଆହୁରି ୮୨୭ଟି ୱେବ୍‍ସାଇଟ୍‍କୁ ନିଷେଧ କରିଥିଲେ। ଏହାର ପ୍ରଭାବରେ ଅଶ୍ଳୀଳ ଭିଡିଓ ଦେଖୁଥିବା ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିବା ଦେଖାଯାଇଥିଲା। ଏକ ଲୋକପ୍ରିୟ ଅଶ୍ଳୀଳ ୱେବ୍‍ସାଇଟ୍‍ ଦ୍ବାରା ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ ୨୦୧୮ରେ ଭାରତୀୟମାନେ ବିଶ୍ବର ତୃତୀୟ ସର୍ବାଧିକ ଅଶ୍ଳୀଳତାର ଉପଭୋକ୍ତା ଥିଲେ। ତେବେ ସରକାରଙ୍କ ପଦକ୍ଷେପ ପରେ ଭାରତର ସ୍ଥାନ ଦ୍ବାଦଶ ପାହାଚକୁ ଖସି ଆସିଛି। ତେବେ ୨୦୧୮ ତୁଳନାରେ ୨୦୧୯ରେ ଆମ ଦେଶରେ ଅଶ୍ଳୀଳତାର ମହିଳା ଉପଭୋକ୍ତାଙ୍କ ଭାଗ ୩% ବଢ଼ି ୩୩%କୁ ପହଞ୍ଚିଛି। ଦେଶର ୮୫% ଅଶ୍ଳୀଳ ଚଳଚ୍ଚିତ୍ର ଦର୍ଶକ ହେଉଛନ୍ତି ୧୮ରୁ ୩୪ ବର୍ଷ ବୟସ ବର୍ଗର।

ତେବେ ଏହା ମଧ୍ୟ ଜଣା ଯାଇଛି ଯେ ଭାରତୀୟ କାମୁକ ଗୋଷ୍ଠୀ ନଛୋଡ଼ବନ୍ଦା ଏବଂ ଅତ୍ୟନ୍ତ କୌଶଳୀ, କାରଣ ସେମାନଙ୍କ ଭିତରୁ ଅନେକ ଭିପିଏନ୍ ପରି ସେବା ଦ୍ବାରା ବା ଅନ୍ୟାନ୍ୟ ଉପାୟରେ ନିଷେଧ ୱେବ୍‍ସାଇଟ୍‍ଗୁଡ଼ିକୁ ଖୋଲି ମନମୁତାବକ ଭିଡିଓ ଦେଖିବାରେ ସମର୍ଥ ହେଉଛନ୍ତି। ତେଣୁ ୨୦୧୮-୧୯ ମଧ୍ୟରେ ଦେଶରେ ଭିପିଏନ୍‌ର ବ୍ୟବହାର ହାର ୪୦୫% ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe