ନୂଆ ନେତା ଅଧୀନରେ ଆଇ.ଏସ୍‌.ଆଇ.ଏସ୍‌.

Advertisment

ଝରକା

ଝରକା

ଆଇଏସ୍‌ ଆତଙ୍କବାଦୀଙ୍କୁ କରୋନା ଭୟ

Business Insider

ଗତ ବର୍ଷ ଅକ୍ଟୋବରରେ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇ.ଏସ୍‌.ଆଇ.ଏସ୍‌.ର ମୁଖ୍ୟ ଅବୁ ବକର୍ ଅଲ୍-ବାଗଦାଦୀ ଆମେରିକାର ସ୍ୱତନ୍ତ୍ର ସେନା ଦ୍ୱାରା ନିହତ ହେବା ପରେ ସଂଗଠନ ଏକ ନୂଆ ସର୍ଦ୍ଦାର ପାଇଥିବା କଥା ପୁଷ୍ଟ ହୋଇଛି। ଦୁଇଟି ଗୁପ୍ତଚର ସଂସ୍ଥା ତରଫରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଅବୁ ଇବ୍ରାହିମ୍ ଅଲ୍-କୁରେସିକୁ ହେଉଛି ଏହି ନୂଆ ସର୍ଦ୍ଦାର। ତେବେ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକ ପାଇଁ କୁରେସି ନାମଟି ଅଜଣା ହୋଇଥିବାରୁ ଏହା ଏକ ଛଦ୍ମ ନାମ ବୋଲି କୁହାଯାଉଛି। ଇଂଲଣ୍ଡରୁ ପ୍ରାପ୍ତ ଏକ ଗୁଇନ୍ଦା ରିପୋର୍ଟ ମଧ୍ୟ କହିଛି ଯେ କୁରେସିର ଅସଲ ନାମଟି ହେଉଛି ଅମିର ମହମ୍ମଦ ଅବଦୁଲ ରହମାନ ଅଲ୍-ମାଉଲି ଅଲ୍-ସାଲବି।

ଜଣାପଡ଼ିଛି ଯେ ଇରାକର ତାଲ୍ ଅଫାର୍ ସହରରେ ଜନ୍ମିତ ସାଲବି ୟୁନିଭର୍ସିଟି ଅଫ୍ ମସୁଲ୍‍ରୁ ସାରିଆ ଆଇନରେ ଡିଗ୍ରୀ ହାସଲ କରିଛି। କିନ୍ତୁ ବଡ଼ କଥା ହେଲା ସେ ଜଣେ ଅଣ-ଆରବୀୟ। କିନ୍ତୁ ସେ ବାଗଦାଦୀ ଭଳି ନୃଶଂସ ଏବଂ ଆଇ.ଏସ୍‌.ଆଇ.ଏସ୍‌. ସଂଗଠନ ପ୍ରତି ଅତ୍ୟନ୍ତ ଅନୁଗତ। ଇରାକ୍‍ରେ ୟାଜିଦି ସଂପ୍ରଦାୟର ଲୋକଙ୍କର ଅତ୍ୟନ୍ତ ହୃଦୟ-ବିଦାରକ ନର ସଂହାରର ସେ ଥିଲା ତତ୍ତ୍ବାବଧାରକ।

ସାରା ବିଶ୍ୱକୁ ଗୋଟିଏ ଇସଲାମୀୟ ଶାସନ ଅଧୀନକୁ ଆଣିବା ଲାଗି ଆଇ.ଏସ୍‌.ଆଇ.ଏସ୍‌.ର ଯେଉଁ ଲକ୍ଷ୍ୟ ଥିଲା, ତାହା ଯଦିଓ ସଂପ୍ରତି ସୁଦୂର ପରାହତ ବୋଲି ମନେହୁଏ, ପରିସ୍ଥିତିର ସୁଯୋଗ ନେଇ ଏହି ସଂଗଠନର କିଛି ଆତଙ୍କବାଦୀ ଯେ କେଉଁଠି ଗୋଷ୍ଠୀଗତ ଭାବେ ବା ଏକକ ପ୍ରୟାସରେ ଆକ୍ରମଣ ସଂଘଟିତ ନ କରନ୍ତି, ସେ ବିଷୟରେ କୁହାଯାଇ ନ ପାରେ। ତେବେ, କଥା ହେଲା, ଜଣେ ଅଣ ଆରବୀୟ ନେତାକୁ ସଂଗଠନର ଅନ୍ୟାନ୍ୟ ପୁରୁଖା ଆତଙ୍କବାଦୀ କେତେ ଗୁରୁତ୍ବ ଦେବେ, ତାହା ସନ୍ଦିହାନ। ଏହା ମଧ୍ୟ ସତ ଯେ ସବୁ ସଂଗଠନ ପରି ଏହି ସଂଗଠନରେ ମଧ୍ୟ କ୍ଷମତା କନ୍ଦଳ, ଈର୍ଷା ଓ ପାରସ୍ପରିକ ଶତ୍ରୁତା ରହିଛି। ‘ଆଲ କାଏଦା’ ସହିତ ସଂପର୍କ ଛିନ୍ନ କରି ଆଲ ବାଗଦାଦୀ ଆଇ.ଏସ୍‌.ଆଇ.ଏସ୍‌. ଦଳ ଗଢ଼ିଥିଲା। ସେମିତି ସାଲବି ବିରୋଧରେ ଆଇ.ଏସ୍‌.ଆଇ.ଏସ୍‌ ଯେ ବିଖଣ୍ଡିତ ହେବନାହିଁ, ତାହା ମଧ୍ୟ କୁହାଯାଇ ନ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe