ବିଶୁଦ୍ଧ କଳ ପାଣି

Advertisment

ଝରକା

ଝରକା

ବିଶୁଦ୍ଧ କଳ ପାଣି

ବାୟୁ ପ୍ରଦୂଷଣ ଦ୍ବାରା ରୁନ୍ଧି ହୋଇଯାଇଥିବା ଦିଲ୍ଲୀ ଏବେ ଆଉ ଗୋଟିଏ କାରଣରୁ ମୁହ୍ୟମାନ ହେବାକୁ ବାଧ୍ୟ। କାରଣ ‘ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ’ ବା ‘ବିଆଇଏସ୍‌’ ଦ୍ବାରା ଦେଶର ୨୧ଟି ବଡ଼ ସହରର କଳ ପାଣିର ବିଶୁଦ୍ଧତା ସଂପର୍କିତ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି, ତା ଅନୁସାରେ ଦିଲ୍ଲୀର କଳ ପାଣି ହେଉଛି ସବୁଠାରୁ ନିକୃଷ୍ଟ ମାନର। ସବୁଠାରୁ ଭଲ କଳ ପାଣି ମିଳିଥାଏ ମୁମ୍ବାଇରେ।

‘ବିଆଇଏସ୍‌’ ପକ୍ଷରୁ ଏଭଳି ରିପୋର୍ଟ ପ୍ରଥମ ଥର ଲାଗି ପ୍ରକାଶିତ ହୋଇଛି। ଏହି ତାଲିକାରେ ଭୁବନେଶ୍ବର ଓ ହାଇଦ୍ରାବାଦ ବିଶୁଦ୍ଧ କଳ ପାଣି ଯୋଗାଇବା ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି ଏବଂ ତୃତୀୟରେ ଅଞ୍ଚନ୍ତି ରାଞ୍ଚି ଓ ରାୟପୁର। ଜଣାପଡ଼ିଛି ଯେ ଭୁବନେଶ୍ବର ଓ ହାଇଦ୍ରାବାଦରୁ ପରୀକ୍ଷା ଲାଗି ସଂଗ୍ରହ କରାଯାଇଥିବା କଳ ପାଣିର ନମୁନା ଭିତରୁ ମାତ୍ର ଗୋଟିଏ ଲେଖାଏଁ ମାନ ରକ୍ଷା କରିବାରେ ବିଫଳ ହୋଇଥିଲେ। ପ୍ରକାଶ ଥାଉକି ବିଆଇଏସ୍ ପକ୍ଷରୁ ୨୧ଟି ମାନକ ଆ‌ଧାରରେ ବିଶୁଦ୍ଧତା ପରୀକ୍ଷା କରାଯାଇଥିଲା। ଚେନ୍ନାଇ, ଗାନ୍ଧୀନଗର, ବେଙ୍ଗାଲୁରୁ ଭଳି ଅନେକ ବଡ଼ ସହର କଳ ପାଣି ବିଶୁଦ୍ଧତା ପରୀକ୍ଷାରେ ଆଶାନୁରୂପକ ଫଳ ଦେଖାଇ ପାରିନାହାନ୍ତି। ଦିଲ୍ଲୀରୁ ସଂଗ୍ରହ କରାଯାଇଥିବା ପାଣି ନମୁନାରୁ ୧୧ଟି ନମୁନା ବିଶୁଦ୍ଧତା ଯାଞ୍ଚର ପରୀକ୍ଷାରେ ବିଫଳ ହୋଇଥିଲେ।

କଳ ପାଣିର ବିଶୁଦ୍ଧତା ଯାଞ୍ଚ ପରୀକ୍ଷାରେ ଭୁବନେଶ୍ବରର ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ନିଶ୍ଚୟ। ତେବେ ବଡ଼ କଥା ହେଲା, କଳ ପାଣିର ବିଶୁଦ୍ଧତା ଯାଞ୍ଚ ଲାଗି ଏଭଳି ଏକ ପ୍ରକ୍ରିୟା ସରକାରୀ ସ୍ତରରେ ଆରମ୍ଭ କରାଯିବା। ଏହା ଦ୍ବାରା ନାଗରିକମାନଙ୍କୁ ବିଶୁଦ୍ଧ ଜଳ ଯୋଗାଣର ସର୍ବନିମ୍ନ ଦାୟିତ୍ବ ଠିକ୍‌ ଭାବେ ନିର୍ବାହ କରିପାରୁ ନ ଥିବା‌ ସହର ପ୍ରଶାସନ ‘ଜବାବଦେହୀ’ ହେବାକୁ ବାଧ୍ୟ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe