ସହଜ ପ୍ରମାଣପତ୍ର

ଭଲ ପ୍ରୟାସ

ସହଜ ପ୍ରମାଣପତ୍ର

vectorstock.com

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରବେଶ ତଥା ଚାକିରି ପାଇଁ ଆବେଦନ କରିବା ସମୟରେ ଆଉ ଜାତି, ରୋଜଗାର କିମ୍ବା ବାସସ୍ଥାନର ଅରିିଜିନାଲ ବା ମୂଳ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ଏଣିକି ଚାକିରି ଓ ସ୍କୁଲ ତଥା କଲେଜରେ ନାମ ଲେଖା ପାଇଁ ଆବେଦନ କରିବା ସମୟରେ ଜାତି ଓ ବାସସ୍ଥାନ ଆଦିର ପ୍ରମାଣ ଭାବେ ସ୍ବ-ଘୋଷଣା ପତ୍ର ଗ୍ରହଣୀୟ ହେବ। ଶିକ୍ଷାନୁଷ୍ଠାନ ବା ନିଯୁକ୍ତିଦାତାଙ୍କ ଦ୍ବାରା ମନୋନୀତ ହେବା ପରେ ଯାଇ ପ୍ରଶାସନ ପ୍ରଦତ୍ତ ‘ଅରିଜିନାଲ ପ୍ରମାଣ ପତ୍ର’ ଦେବାକୁ ପଡ଼ିବ।

ଜାତି, ରୋଜଗାର, ବାସସ୍ଥାନ ପରି ବିଭିନ୍ନ ଜରୁରୀ ପ୍ରମାଣ ପତ୍ର ପାଇଁ ତହସିଲ ଅଫିସରେ ଆବେଦନ କରିବାକୁ ପଡ଼ିଥାଏ। ଏଥିମଧ୍ୟରୁ ରୋଜଗାର ଓ ବାସସ୍ଥାନ ପରି ସୀମିତ ଅବଧି-ଯୁକ୍ତ ପ୍ରମାଣପତ୍ର ପାଇଁ ସମୟ ସୀମା ସରିଗଲେ ପୁନଃ ଆବେଦନ କରିବାକୁ ପଡ଼େ। ଏଥିପାଇଁ ପ୍ରତି ବର୍ଷ ରାଜ୍ୟରେ ପାଖାପାଖି ୫୦ ଲକ୍ଷ ପଡ଼ିଥାଏ। ଏଗୁଡ଼ିକୁ ପାଇବାକୁ ଯାଇ ଆବେଦନକାରୀମାନେ ବିଭିନ୍ନ ସମୟରେ ଆର୍ଥିକ ଶୋଷଣ, ରାଜନୈତିକ ପାତରଅନ୍ତର ତଥା ଅଯଥା ହଇରାଣର ଶିକାର ହୋଇଥାନ୍ତି। ଏହି ପ୍ରକ୍ରିୟାରେ ଆବେଦନକାରୀଙ୍କ ସମେତ ପ୍ରଶାସନର ଅନେକ ସମୟ ମଧ୍ୟ ନଷ୍ଟ ହୋଇଥାଏ। ତେଣୁ ଏହି ନିଷ୍ପତ୍ତି ଦ୍ବାରା ସରକାରୀ ବିଭାଗର ସମ୍ବଳ ଅପଚୟ କମିବା ସହ ସାଧାରଣ ଲୋକେ ମଧ୍ୟ ଏକ ଜଟିଳ ବ୍ୟବସ୍ଥାରୁ ମୁକ୍ତି ପାଇବେ। ସେହି ଦୃଷ୍ଟିରୁ ଏହାକୁ ସରକାରଙ୍କ ଏକ ଉତ୍ତମ ପ୍ରୟାସ ରୂପେ ଅଭିହିତ କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe