ପରିଚୟ ସୃଷ୍ଟି

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ବର୍ଷା କରାଉଥିବା ସାଧୁ

ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସହର ବାହାରୁ ଆସିଥିବା ପ୍ରସିଦ୍ଧ ଗୁରୁ ଅତିଥି ହେଲେ। ତାଙ୍କର ଚର୍ଚ୍ଚା କଲା ବେଳେ ଧନିକ ଜଣକ ନିଜର ଅର୍ଥ ବଳର ସାମର୍ଥ୍ୟ ଦେଖାଇବାକୁ କଥା କଥାକେ କହୁଥିଲେ- ଆଜ୍ଞା, ଏ ଯେଉଁ ମୂର୍ତ୍ତି ଦେଖୁଛନ୍ତି, ତାର ମୂଲ୍ୟ ହେଉଛି ଦଶ ଲକ୍ଷ ଟଙ୍କା। ଏଇ ପରଦାକୁ ମୋ ଲୋକେ ଖୋଜି ଖୋଜି ଜଣେ ଅଦ୍ବିତୀୟ ବୁଣାକାରଙ୍କ ଠାରୁ ତିଆରି କରାଇଛନ୍ତି।

ଗୁରୁ ନିରବରେ ସବୁ ଶୁଣିଲେ। ପର ଦିନ ଗୁରୁ କହିଲେ-ଆପଣଙ୍କୁ ମୋ ସହିତ ଗୋଟିଏ ସ୍ଥାନକୁ ଯିବାକୁ ହେବ। ସୁତରା˚, ସେମାନେ ଗୋଟିଏ ଗାଡ଼ିରେ ବାହାରିଲେ। ଗୁରୁ କହିଲେ ଜାଗାଟି ଅମକ ଜିଲ୍ଲାରେ ଓ ସେଠି ବନବିହାରୀଙ୍କ ଗାଁ ବୋଲି ପଚାରିଲେ ସମସ୍ତେ ବାଟ ଦେଖାଇ ଦେବେ। ଦୁଇ ଘଣ୍ଟାର ଯାତ୍ରା ପରେ ସେମାନେ ପହଞ୍ଚିଲେ ଏକ ଅତି ଛୋଟ ଗାଁରେ, ଏବ˚ ଏକ ଛୋଟ ଚାଳ ଘରେ ଯେଉଁଠି ରହୁଥିଲେ ବନବିହାରୀ।

ଗୁରୁ କହିଲେ-ଆପଣଙ୍କ ଘରର ପରଦା ଦେଖି ଜାଣିପାରିଥିଲି ଏଭଳି ଯାଦୁକରୀ କାମ କେବଳ ବନବିହାରୀଙ୍କ ଦ୍ବାରା ସମ୍ଭବ। ତେଣୁ ତାଙ୍କ ସହ ଭେଟ କରାଇବା ଲାଗି ଆପଣଙ୍କୁ ନେଇ ଆସିଲି। ମୋର ଆଉ ଗୋଟିଏ ଉଦ୍ଦେଶ୍ୟ ବି ଅଛି। ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ପାଖରେ ଯାହା ସବୁ ଅଛି, ତାହା ଆପଣ ସୃଷ୍ଟି କରି ନାହାନ୍ତି। କେବଳ ଟଙ୍କା ବଳରୁ ସେସବୁର ମାଲିକ ହୋଇଛନ୍ତି। ତେଣୁ ତାକୁ ନେଇ ଏତେ ଅହ˚କାର କାହିଁକି? ଆପଣଙ୍କ ସହରରୁ ବାହାରି ଆସି କିଛି ବାଟ ଗଲା ପରେ ଆପଣଙ୍କୁ କେହି ଚିହ୍ନିବେ ନାହିଁ। ଆପଣ ପରିଚୟହୀନ ହୋଇଯିବେ। କିନ୍ତୁ ଦେଖନ୍ତୁ ଆପଣଙ୍କ ପରଦା ଏହି ବନବିହାରୀଙ୍କ ପରିଚୟ ହୋଇ ଛିଡ଼ା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe