ସୁଖ ଦୁଃଖ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ବର୍ଷା କରାଉଥିବା ସାଧୁ

ସନ୍ଥ ଫିରୋଜ ଏବ˚ ତାଙ୍କର ଜଣେ ଚେଲା କୌଣସି ଏକ ସ୍ଥାନକୁ ଯାଉଥିଲେ। ଅନେକ ବାଟ ଚାଲିବା ପରେ ସେମାନେ କ୍ଳାନ୍ତ ଏବ˚ କ୍ଷୁଧାର୍ତ୍ତ ହୋଇପଡ଼ିଲେ। ସେଇ ସମୟରେ ସେମାନେ ଗୋଟିଏ ସହରରେ ପହଞ୍ଚିଥିଲେ। ସହରର ଜଣେ ଧନୀଙ୍କ ଘରକୁ ଯାଇ ଫିରୋଜଙ୍କ ଶିଷ୍ୟ ଆଶ୍ରୟ ମାଗିଲା। କିନ୍ତୁ ଗୃହ ମାଲିକ ତାକୁ ତଡ଼ି ଦେଲେ।

ଶିଷ୍ୟ ସେଠାରୁ ଫେରି ଆସି ଫିରୋଜଙ୍କୁ କହିଲା- ଆଜ୍ଞା, ଏମିତି ଏକ ବିଶାଳ ପ୍ରାସାଦ ଦେଖି ଭାବିଥିଲି ଯେ ଆଶ୍ରୟ ମିଳିଯିବ, କିନ୍ତୁ ମିଳିଲା ନାହିଁ।

ଫିରୋଜ କହିଲେ- ତେବେ, ତୁମେ ମୋ ସହିତ ଆସ। ମୁଁ ତୁମକୁ ଏମିତି ଏକ ସ୍ଥାନକୁ ନେଇଯିବି ଯେଉଁଠାରେ ଆମକୁ ଆଶ୍ରୟ ମିଳିବା ସହିତ ଖାଦ୍ୟ ଓ ଉତ୍ତମ ବ୍ୟବହାର ବି ମିଳିବ।

ଏହା କହି ଫିରୋଜ ଚେଲାକୁ ନେଇ ଏପରି ଏକ ଘରେ ପହଞ୍ଚିଲେ ଯାହାର ଅବସ୍ଥା ଦୟନୀୟ ଥିଲା। ଅତି ଦରିଦ୍ର ଗୃହସ୍ବାମୀ ନିଜେ ଭୋକରେ ରହି ଅତିଥିଙ୍କ ସେବା କଲେ।

ଏହା ଦେଖି ଶିଷ୍ୟ ଫିରୋଜଙ୍କୁ ପଚାରିଲା- ଏମିତି କାହିଁକି ହୁଏ? ଭଲ ଲୋକେ କାହିଁକି ଜୀବନରେ କଷ୍ଟ ପାଆନ୍ତି?

ଏ କଥା ଗୃହସ୍ବାମୀ ଶୁଣିପାରିଲେ। ଫିରୋଜ ଉତ୍ତର ଦେବା ପୂର୍ବରୁ ସେ କହିଲେ- କଷ୍ଟ ପାଉଛି ବୋଲି ଆପଣଙ୍କ ମନରେ ଥିବା ଧାରଣା ଭୁଲ। ଆପଣଙ୍କୁ ଯାହା କଷ୍ଟ ଭଳି ଲାଗୁଛି, ତାହା ପ୍ରକୃତରେ ମୋ ଲାଗି ଆନନ୍ଦ। ଏମିତି ଦେଖିଲେ ପ୍ରକୃତରେ ଭଗବାନ କାହାକୁ ହେଲେ କଷ୍ଟ ଦିଅନ୍ତି ନାହିଁ। ମଣିଷକୁ ସେ କେବଳ ବିବେଚନାବୋଧ ଦିଅନ୍ତି, ଯାହା ଆଧାରରେ ମଣିଷ ସୁଖ ବା ଦୁଃଖ ପାଏ। ଏବ˚ ଭଗବାନଙ୍କ ବୈଚିତ୍ର୍ୟ ହେଲା ସେ ପ୍ରତି ମଣିଷକୁ ଏ ନେଇ ଭିନ୍ନ ଭିନ୍ନ ବିବେଚନା‌େବାଧ ଦେଇଥାଆନ୍ତି। ତେଣୁ ମୁଁ ଯେଉଁ କାରଣରୁ ସୁଖ ପାଏ, ଅନ୍ୟମାନେ ପାଇ ନ ପାରନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe