ଭାଗ୍ୟର ଖେଳ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ୟୁଜିକେ କହୁଥିଲେ ଗପ ଭଳି ଲାଗୁ ଥିବା ଏକ ସତ ଘଟଣା।

ପର୍ତ୍ତୁଗାଲର ରାଜଧାନୀ ଲିସବନର ଏକ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ଭିତରେ ସଜା କାଟୁଥିବା ଦୁଇ ଜଣ ଚୋର ଠିକ୍‌ କଲେ ଯେ ସେମାନେ ଯେମିତି ହେଲେ ଜେଲରୁ ଖସି ପଳାଇବେ। ସେମାନେ ଏ ଦିଗରେ କାମ ଆରମ୍ଭ କରିଦେଲେ। ଅତି ଗୋପନରେ ଓ ଅତି କଷ୍ଟରେ ସେମାନେ ଜେଲରୁ ଖସିବାର ଯୋଜନା କାର୍ଯ୍ୟକାରୀ କଲେ। ଭାଗ୍ୟ ସେମାନଙ୍କୁ ସହାୟକ ହେଲା। ଭାଗ୍ୟ ସାଥୀରେ ଥିଲେ ଭୟ କାହାକୁ? କୌଣସି ମତେ ସେମାନେ ସବୁ ବାଧାବିଘ୍ନ, ବନ୍ଧୁକଧାରୀ ଗାର୍ଡ, ଵାଚ୍‌ ଟାଵାରର ଆଲୋକ, ଜଗୁଆଳି କୁକୁରଙ୍କ ବଳୟ ଅତିକ୍ରମ କରି ଉଚ୍ଚ ପାଚେରି ଚଢ଼ି ଆର ପଟକୁ ଡେଇଁ ପଡ଼ିଲେ। ଏବେ କେବଳ ମୁକ୍ତିର ଆନନ୍ଦ। ଭାଗ୍ୟ ସେମାନଙ୍କ ସହିତ ଥିଲା ବୋଲି ସେମାନେ ପାଚେରିରୁ ତଳକୁ ଡେଇଁଲା ବେଳେ ଅତି ନିରାପଦର ସହିତ ପଡ଼ିଲେ ହାଇେଵ ଉପରେ ଯାଉଥିବା ଏକ ମାଲ ବୋଝେଇ ଲରି ଉପରେ। ସେମାନେ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଲେ। କିନ୍ତୁ ଦୁର୍ଭାଗ୍ୟ, କିଛି ସମୟ ପରେ ସେଇ ଲରି ଜେଲ୍‌ ଭିତରକୁ ପଶିଲା। କାରଣ ସେଥିରେ ଜେଲ ଅନ୍ତେବାସୀମାନଙ୍କ ନିମନ୍ତେ ଜିନିଷ ଆସୁଥିଲା।

କଥାଟି କହି ୟୁଜିକେ କହିଲେ- ଭାଗ୍ୟ ତୁମକୁ କେଉଁ ବାଟରେ ନେବାକୁ ବସିଛି, ତାହା କେବଳ ଭାଗ୍ୟକୁ ହିଁ ଜଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe