ଅଯଥା ସାହସ

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଜଙ୍ଗଲରେ ହରିଣ ପରିବାରଟିଏ ଥିଲେ। ସେମାନେ ଥିଲେ ତାଙ୍କ ଅଞ୍ଚଳର ସବୁଠାରୁ ପୁରୁଣା ବାସିନ୍ଦା। ସେମାନେ ଯେତେବେଳେ ସେଠାରେ ରହିଲେ, ସେ ଅଞ୍ଚଳରେ ଆଉ କୌଣସି ଜନ୍ତୁଜୁନ୍ତା ନ ଥିଲେ। ତେଣୁ ସେମାନେ ନିର୍ଭୟରେ ବୁଲାଚଲା କରୁଥିଲେ। ଦିନେ ଦଳର ମୁଖିଆ ବୁଢ଼ା ଠେକୁଆ ଆସି କହିଲା- ଭାଇମାନେ ଶୀଘ୍ର ଲୁଚିଯାଅ।

ଏଭଳି ଲୁଚିବା ଠେକୁଆମାନଙ୍କ ଲାଗି ନୂଆ ଥିଲା। ତଥାପି ସେମାନେ ଲୁଚିଗଲେ। କିଛି ସମୟ ପରେ ମୁଖିଆ ସେମାନଙ୍କୁ ଡାକି କହିଲା- ଏବେ ବାହାରକୁ ଆସ।

ସମସ୍ତେ ବାହାରକୁ ଆସିବା ପରେ ସେ କହିଲା- ଭାଇମାନେ ସମୟ ବଦଳିଯାଇଛି। ଆମ ଅଞ୍ଚଳରେ ବାଘର ଗନ୍ଧ ପାଇଲି। ଏଣିକି ଆଉ ଆଗ ଭଳି ନିର୍ଭୟରେ ବୁଲାବୁଲି କରିହେବନାହିଁ।

ଏ କଥାକୁ ଦଳର କିଛି ଯୁବକ ହସରେ ଉଡ଼ାଇ ଦେଇ କହିଲେ- ଏ ସବୁ ବାଜେ କଥା। ତୁମେ ବୁଢ଼ା ହୋଇଗଲଣି, ତେଣୁ ଭୟ ଗ୍ରାସିଲାଣି।

ବୁଢ଼ା କହିଲା- ତୁମେମାନେ ଯୁଦ୍ଧଖୋର ହୋଇଥିଲେ ଏ କଥା କହି ନଥାଆନ୍ତି। ଆମ ଜାତିର ଆଚରଣ କଥା ଜାଣି ଏହା କହିଲି।

କିନ୍ତୁ ବୁଢ଼ା କଥା ଯୁବ ହରିଣମାନେ ଶୁଣିଲେ ନାହିଁ। କିନ୍ତୁ କହିବା ବାହୁଲ୍ୟ ଯେଉଁମାନେ ସାହସ ଦେଖାଇ ବୁଲିଲେ ସେମାନଙ୍କ ଭିତରୁ କିଛି ବାଘ ଦ୍ବାରା ମଲେ।

ଏବେ ହରିଣ ଦଳ ପରସ୍ପର ଭିତରେ ଆଲୋଚନା କରି ଠିକ୍‌ କଲେ ଯେ ଏଣିକି ଦେଖି ଚାହିଁ ବୁଲାବୁଲି କରିବେ। ମୁଖିଆ କହିଲା- ଶୁଣ, ଅନେକ ସମୟରେ ଡରିବା ଭଲ। ତୁମ ସାହସ ଅଯଥା ନିର୍ବୋଧତା ନ ହେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe