ଛୋଟଲୋକ କିଏ?

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦିନକର କଥା। ଜଣେ ଚାଷୀ ରାସ୍ତାରେ ଅନ୍ୟମନସ୍କ ହୋଇ ଚାଲି ଯାଉଥିବା ବେଳେ ଅପର ଦିଗରୁ ଆସୁଥିବା ଅହ˚କାରୀ ଜମିଦାରଙ୍କୁ ଠିକଣା ଭାବେ ଦେଖିପାରିଲେ ନାହିଁ। ତେଣୁ ସେ ଜମିଦାରଙ୍କୁ ଅଭିବାଦନ କରିବାର ସୁଯୋଗ ପାଇଲେ ନାହିଁ। ହଠାତ୍‌ ଜମିଦାରଙ୍କ ସାଙ୍ଗରେ ଥିବା ପାଖଲୋକଙ୍କ ଭିତରୁ ଜଣେ କୃଷକଙ୍କୁ ଧକ୍କା ଦେଇ କହିିଲା- ଜମିଦାର ଆସୁଛନ୍ତି ଦେଖାଯାଉ ନାହିଁ କି?

କୃଷକଜଣକ ପ୍ରକୃତିସ୍ଥ ହୋଇଗଲେ ଏବ˚ ଅଭିବାଦନ ଜଣାଇଲେ। ଜମିଦାର ଦେଖିଲେ ଏଇଟା ହିଁ ସୁବର୍ଣ ସୁଯୋଗ। ସେ କୃଷକଙ୍କୁ ପଦାଘାତ କରି କହିଲେ-ଛୋଟ ଲୋକ କାହାଁ କା? ମୁଁ ହେଉଛି ଜମିଦାର। ଏ ଗାଁର ସର୍ବେସର୍ବା, ଏ କଥା ତୋର ମନେ ନ ଥିଲା କି?

ଜମିଦାର ସେ ଦିନ ଭାରି ତୃପ୍ତ ହୋଇ ଘରକୁ ଫେରିଲେ। କାରଣ ତାଙ୍କୁ ବେଖାତିର କରିଥିବା ଜଣେ ଲୋକକୁ ପାନେ ଦେଇଛନ୍ତି!

ତେବେ, ଜମିଦାର ଘରକୁ ପଶୁ ପଶୁ ହଠାତ୍‌ ଏକ କଥୋପକଥନ ଶୁଣି ଅଟକି ଗଲେ। କାରଣ, ଜଣେ ଚାକରାଣୀ ତାର ସାଙ୍ଗକୁ ସନ୍ତର୍ପଣରେ କହୁଥିଲା- ନିରୀହ ଗରିବ ଚାଷୀକୁ ଆମ ଜମିଦାର ବିନା କାରଣରେ ଗୋଇଠା ମାରିଲେ। କେତେ ଛୋଟଲୋକ ସତେ?

ଜମିଦାର ଚମକି ପଡ଼ିଲେ। କାରଣ ସେ ପର୍ଯ୍ୟନ୍ତ ତାଙ୍କର ଧାରଣା ଥିଲା ଯେ ତାଙ୍କ ଗାଁର ସେ ହେଉଛନ୍ତି ଜଣେ ବଡ଼ ଲୋକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe