ପି˚ପୁଡ଼ି ଠାରୁ ଶିକ୍ଷା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ବର୍ଷା କରାଉଥିବା ସାଧୁ

ଅଥରେ ଜଣେ ହତାଶ ଯୁବକ ପହଞ୍ଚିଲେ ୟୁଜିକେଙ୍କ ପାଖରେ। ୟୁଜିକେ ତାଙ୍କ ଠାରୁ ତାଙ୍କ ହତାଶାର କାରଣମାନ ସବୁ ଶୁଣି କହିଲେ- ଏବେ, ଶୁଣ ଏଇ କଥାଟି।

ଭାରତରେ ମୁଁ ଯେଉଁଠି ଜନ୍ମ ହୋଇଥିଲି, ସେଇ ଗାଁ ପାଖରେ ଥିଲା ଗୋଟିଏ ବଡ଼ ତୀଖ ପାହାଡ଼। ପିଲାଦିନେ ସେଇ ପାହାଡ଼ର ଉଚ୍ଚତାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉଥିଲୁ। ଥରେ, ଆମ ଗାଁର ଜଣେ ଯୁବକ ବିଭିନ୍ନ କାରଣରୁ ହତାଶ ହୋଇ ପଡ଼ିଲା। ସେ ଯେଉଁ କାମରେ ହାତ ଦେଉଥିଲା, ସେ କାମରେ ଅସଫଳ ହେଉଥିଲା। ତାର ବଞ୍ଚିବା ଲାଗି ଆଉ ଇଚ୍ଛା ରହିଲା ନାହିଁ। ତେଣୁ ସେ ସ୍ଥିର କଲା ଯେ ପାହାଡ଼ର ଚୂଡ଼ାରୁ ଡେଇଁ ଆତ୍ମହତ୍ୟା କରିଦେବ। ଏହା ସ୍ଥିର କରି ସେ ଦିନେ ଅତି ଗୋପନରେ ପାହାଡ଼ ଚଢ଼ିବାକୁ ଲାଗିଲା। ସେ ଯେଉଁ ବାଟେ ପାହାଡ଼ ଚଢ଼ୁଥିଲା ତାରି କଡେ଼ କଡେ଼ ପାହାଡ଼ ଉପରକୁ ଚାଲିଥିଲା ପି˚ପୁଡ଼ିଙ୍କ ଗୋଟିଏ ଧାର।

ବଡ଼ କଷ୍ଟ କରି ଯୁବକଟି ପ୍ରାୟ ଦୁଇ ତିନି ଘଣ୍ଟା ପରିଶ୍ରମ ପରେ ପାହାଡ଼ର ଚୂଡ଼ାରେ ପହଞ୍ଚିଲା। ସେତିକି ବେଳକୁ ସେ କ୍ଳାନ୍ତ। କିନ୍ତୁ ତା ମନ ଭିତରେ ଆତ୍ମହତ୍ୟା କରିବାର ଇଚ୍ଛା ଏତେ ଦୃଢ଼ ହୋଇଯାଇଥାଏ ଯେ ସେ କାଳ ବିଳମ୍ବ ନ କରି ତଳକୁ ଡେଇଁବା ଲାଗି ପ୍ରସ୍ତୁତ ହେଲା। ସେଠାରୁ ସେ ଚାରି ଆଡ଼କୁ ଚାହିଁଲା। ଏଇ ସମୟରେ ହଠାତ୍‌ ତଳକୁ ଚାହିଁ ଦେଇ କିଛି ସମୟ ସେ ସ୍ଥିର ହୋଇ ଛିଡ଼ା ହୋଇଗଲା ଏବ˚ ବିସ୍ମୟକର ଭାବେ ତାର ଆତ୍ମହତ୍ୟା କରିବାର ଇଚ୍ଛା କେଉଁଆଡେ଼ ମିଳାଇ ଗଲା।

ସେ କଅଣ ଦେଖିଲା ଜାଣିଛ? ସେ ତଳକୁ ଚାହିଁ ଦେଖିଲା ଯେ ତା ପାଦ ପାଖରେ ସେଇ ପି˚ପୁଡ଼ିର ଧାର। ସେ ଭାବିଲା ଏତେ କୁନି ପି˚ପୁଡ଼ି ଯଦି ନିରବରେ ପାହାଡ଼ ଚଢ଼ି ଶିଖରକୁ ଆସିପାରୁଛନ୍ତି, ତେବେ ଅସାଧୢ ବୋଲି ରହିଲା କଅଣ? ସେ ସେଇଠାରୁ ତଳକୁ ଓହ୍ଲାଇଲା। ସଫଳତା ନ ପାଇବା ପର୍ଯ୍ୟନ୍ତ ଅସଫଳ ହେଉଥିବା କାମକୁ କରି ଚାଲିବା ଲାଗି ପ୍ରତିଜ୍ଞା କଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe