ନିର୍ଭୟ ସ୍ୱୀକାରୋକ୍ତି

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ରାଜା ତାଙ୍କ ସେନାବାହିନୀର କିଛି ତରୁଣ ସୈନିକଙ୍କ ସାହସର ପରୀକ୍ଷା ନେବାକୁ ଚାହିଁଲେ। ସେଥିଲାଗି ସେ ସମସ୍ତଙ୍କୁ ନେଇ ନିଜ ରାଜ୍ୟରେ ଥିବା ଏକ ହ୍ରଦ ନିକଟକୁ ଗଲେ। ହ୍ରଦର ନାମ ଥିଲା କାଳ ହ୍ରଦ। କାରଣ ଯିଏ ସେହି ହ୍ରଦକୁ ପ୍ରବେଶ କରୁଥିଲା, ସେ ସେଥିରେ ରହୁଥିବା ଏକ ରହସ୍ୟମୟ ଜନ୍ତୁର ଶିକାର ହେଉଥିଲେ। ତେଣୁ କେହି ତା ଭିତରକୁ ପ୍ରବେଶ କରୁ ନ ଥିଲେ। ରାଜା ଚାହୁଁଥିଲେ ଯେ ତରୁଣମାନେ ଭିତରକୁ ପ୍ରବେଶ କରନ୍ତୁ ଓ ପହଁରି ଆର କୂଳକୁ ଯାଆନ୍ତୁ। ଯିଏ ମନା କରିବ ତା ଲାଗି ଭୟାବହ ଦଣ୍ତର ଧମକ ମଧ୍ୟ ଦିଆଗଲା। ତେଣୁ ସମସ୍ତେ କାଳ ହ୍ରଦରେ ପ୍ରବେଶ କରିବା ଲାଗି ଧାଡ଼ି ବାନ୍ଧିଲେ। କେବଳ ଜଣେ ମନା କଲା ଏବ˚ ସେ କହିଲା ଯେ ସେଭଳି କରିବାକୁ ତାକୁ ଭୟ ଲାଗୁଛି। ତେଣୁ ତାକୁ ଅଲଗା କରିଦିଆଗଲା।

କାଳ ହ୍ରଦରେ ପ୍ରବେଶ କରିବାର ଠିକ୍‌ ପୂର୍ବରୁ କିନ୍ତୁ ସବୁ ତରୁଣଙ୍କୁ ରାଜା ଅଟକାଇ ଦେଲେ। ତେବେ, ହ୍ରଦରେ ପ୍ରବେଶ କରିବାକୁ ରାଜି ହୋଇ ନ ଥିବା ଯୁବକକୁ ଭୀରୁ ବୋଲି ଆଖ୍ୟା ଦେଇ ସେନାପତି ତାକୁ ସୈନ୍ୟ ବାହିନୀରୁ ବହିଷ୍କାର କରିବା ସହିତ ଦଣ୍ତିତ କରିବାକୁ ରାଜାଙ୍କ ଅନୁମତି ଲୋଡ଼ିବାରୁ ରାଜା ମନା କଲେ।

ରାଜା କହିଲେ- ସେ ମଧ୍ୟ ଭୟାଳୁ ନୁହେଁ। ଯେଉଁମାନେ ହ୍ରଦରେ ପ୍ରବେଶ କରିବାକୁ ପ୍ରସ୍ତୁତ ଥିଲେ ସେମାନେ ଯେ ଭୟଭୀତ ନ ଥିଲେ, ସେମିତି କହିହେବ ନାହିଁ। କିନ୍ତୁ କିଏ ଚାକିରି ହରାଇବା ଭୟରେ ତ କିଏ ଦଣ୍ତର ଭୟରେ ବା କିଏ ଭୟାଳୁ ବୋଲି ଚିହ୍ନିତ ହେବା ଭୟରେ ତାହା କରିବାକୁ ପ୍ରସ୍ତୁତ ହେଲେ। କିନ୍ତୁ ଏ ଯୁବକଟି ନିର୍ଭୟରେ ସ୍ବୀକାର କଲା ଯେ ସେ ଭୟ ପାଇଯାଇଛି। ତାର ସ୍ଥାନ ସୈନ୍ୟ ବାହିନୀରେ ନ ଥାଇପାରେ, କିନ୍ତୁ ତାର ନିର୍ଭୟ ସ୍ୱୀକାରୋକ୍ତି ମୋତେ ଛୁଇଁଛି, ତେଣୁ ତାକୁ ମୁଁ ଅନ୍ୟ କେଉଁଠି ନିଯୁକ୍ତ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe