ବାଘଙ୍କ ମାରାଥନ ଚାଲି

Advertisment

ଝରକା

ଝରକା

ବାଘଙ୍କ ମାରାଥନ ଚାଲି

ଆମେ ଯେତେବେଳେ ବ୍ୟ‌ାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ସଂରକ୍ଷଣ ବାବଦରେ ଚିନ୍ତା, ଆଲୋଚନା ଓ କାର୍ଯ୍ୟକ୍ରମ ଆଦି କରୁଛେଁ, ଆମ ଅଲକ୍ଷ୍ୟରେ ଦୁଇଟି ଜଙ୍ଗଲୀ ମହାବଳ ବାଘ ଇତିମଧ୍ୟରେ ଜାତୀୟ ରେକର୍ଡ ସ୍ଥାପନ କରିସାରିଲେଣି। ଦୁଇଟି ଯାକ ହେଉଛନ୍ତି ତରୁଣ ପୁରୁଷ ବାଘ ଏବଂ ସେମାନଙ୍କ ଭିତରୁ ଗୋଟିଏ ଜଙ୍ଗଲ ଭିତରେ ଚାଲି ଚାଲି ୧୧୬୦ କିଲୋମିଟର ଅତିକ୍ରମ କରିସାରିଲାଣି ତ ଆର ଜଣକ ୪୫୦ କିଲୋମିଟର ପାରେଇ ସାରିଲାଣି।

ଏହି ଦୁଇ ମହାବଳ ବାଘଙ୍କ ଗଳା‌େର ବନ୍ଧା ହୋଇଛି ‘ରେଡିଓ କଲାର୍’ ଯହିଁରୁ ସେମାନଙ୍କ ଗତିବିଧି ଉପରେ ନିରବିଚ୍ଛିନ୍ନ ନଜର ରଖାଯାଇ ପାରୁଛି। ସେମାନଙ୍କ ଭିତରୁ ବଡ଼ଟି ଯାହାକୁ ସି-୧ ଭାବେ ନିହ୍ନିତ କରାଯାଉଛି, ମହାରାଷ୍ଟ୍ରର ପନ୍ଧରକଉଡ଼ ଜଙ୍ଗଲ ଅନ୍ତର୍ଗତ ଟିପେଶ୍ବର ଅଭୟାରଣ୍ୟରୁ ତାର ଏ ସୁଦୂର ଯାତ୍ରା ଆରମ୍ଭ କରି ମହାରାଷ୍ଟ୍ର ଓ ତେଲେଙ୍ଗାନାର ଛଅଟି ଜିଲ୍ଲା ଅତିକ୍ରମ କରି (୧୧୬୦ କିଲୋମିଟର) ସାରିଲାଣି। ତାର ଯାତ୍ରା ଏ ପର୍ଯ୍ୟନ୍ତ ସରିନାହିଁ। ଏକ ନୂଆ ବାସସ୍ଥାନର ତଲାସରେ ବାହାରିଥିବା ସି-୧ର ଗଳାରେ ଚଳିତ ବର୍ଷ ଫେବ୍ରୁଆରି ୨୭ରେ କଲାର୍‌ ବନ୍ଧା ଯାଇଥିଲା ଏବଂ ‌େସ ଜୁନ୍ ୨୧ରେ ତାର ଯାତ୍ରା ଆରମ୍ଭ କରିଥିଲା। ଦ୍ବିତୀୟ ବାଘଟି ବୟସରେ ସାନ। ତାର ନାମ କେ-୭। ତେଲେଙ୍ଗାନାର କାଗଜନଗର ଅଭୟାରଣ୍ୟରୁ ତାର ଯାତ୍ରା ଆରମ୍ଭ ହୋଇଛି। ତା ଉପରେ ନଜର ରଖିଥିବା ଜଙ୍ଗଲ ଅଧିକାରୀମାନେ ଭାବିଥିଲେ‌ ଯେ ବର୍ଷା ସରିବା ପରେ ସେ ତାର ମୂଳ ଆବାସକୁ ଫେରିଆସିବ। କିନ୍ତୁ ସେ ଆଗକୁ ହିଁ ବଢ଼ି ଚାଲିଛି।

ଏହି ଦୁଇ ବାଘ ପ୍ରତିକୂଳ ପରିସ୍ଥିତିରେ ବଂଚି ରହିବାର ଅପୂର୍ବ କୌଶଳ ପ୍ରଦର୍ଶନ କରିଛନ୍ତି। ସେମାନେ ଶିକାରୀଙ୍କ ଯନ୍ତାରୁ ବର୍ତ୍ତିଛନ୍ତି, ଚାଷୀମାନଙ୍କ ଦ୍ବାରା ବିଜୁଳି ତାର କବଳରୁ ନିଜକୁ ବଞ୍ଚାଇ ପାରିଛନ୍ତି, ଆତ୍ମ ଗୋପନ କରି ଆଗକୁ ଚାଲିବାର ଚମତ୍କାର ଦକ୍ଷତା ଦେଖାଇଛନ୍ତି। ତେବେ, କିଛି ଦିନ ତଳେ ଦୈବାତ୍‌ କିଛି ଗ୍ରାମବାସୀଙ୍କ ସହିତ ମୁହାଁମୁହିଁ ହୋଇଯିବା ପରେ ସି-୧ର ଆ‌କ୍ରମଣରେ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି।

ବାଘ ସଂଖ୍ୟା ବୃଦ୍ଧି ହେତୁ ଏ ଦୁଇ ବାଘ ନୂଆ ଆବାସ ସନ୍ଧାନରେ ବାହାରିଥିବା ଜଣାପଡ଼ିଛି। ଏ-୧ ନାମକ ଏକ ବାଘର ଭୟରେ କେ-୭ ତାର ମୂଳ ଆବାସ ଛାଡ଼ିଥିବା କଥା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe