ଭାରତର ୨୪ ସହରକୁ ଟାର୍ଗେଟ୍ କରି ୫୦୦ ଡ୍ରୋନ ଖସାଇଥିଲା ପାକିସ୍ତାନ, ଗୋଟି ଗୋଟି ଧ୍ବଂସ କରିଛି ଭାରତ...

500 ଡ୍ରୋନ

Photograph: (sambad.in)

ନୂଆଦିଲ୍ଲୀ: ପାକିସ୍ତାନ କରିଛି ୫୦୦ ଡ୍ରୋନ୍ ଆକ୍ରମଣ । ଭାରତ ଉପରେ ପାଖାପାଖି ୫୦୦ ଡ୍ରୋନ୍ ହମଲା କରିଛି ପାକିସ୍ତାନ । ଗୁରୁବାର ରାତିରେ ପାକିସ୍ତାନ ପକ୍ଷରୁ ଭାରତର ୨୪ଟି ସହରକୁ ଟାର୍ଗେଟ୍ କରାଯାଇଥିଲା । ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟର ୨୪ ସହରକୁ ଟାର୍ଗେଟ୍ କରି ପାକିସ୍ତାନ ଡ୍ରୋନ୍ ହମଲା କରିବାକୁ ଉଦ୍ୟମ କରିଥିଲା । ଯାହାର କଡା ଜବାବ ଦିଆଯାଇ ସମସ୍ତ ଡ୍ରୋନକୁ ପ୍ରତିହତ କରିଛି ଭାରତ।

ତେବେ ଗତକାଲି ରାତି ୮ଟାରୁ ୧୧ଟା ୩୦ ଯାଏଁ ପାକିସ୍ତାନ ଲଗାତାର ଭାବେ ଡ୍ରୋନ ଆକ୍ରମଣ କରିଥିଲା । ଅନ୍ଧାର ହେଉ ହେଉ ଆକାଶରୁ ଆକ୍ରମଣ କରିଥିଲା । ଯାହାର ଜବାବ ଏସ-୪୦୦ ଏବଂ ଅନ୍ୟାନ୍ୟ ଆଣ୍ଟି ମିସାଇଲ ସିଷ୍ଟମ୍ ଦେଇଥିଲା ବୋଲି ଆର୍ମି ସୂତ୍ରରୁ ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe