ଆତଙ୍କୀଙ୍କ ଛାତିରେ ଶାହ ଭରିଲେ ଛନକା: ଆତଙ୍କବାଦୀଙ୍କୁ କ୍ଷମା ନାହିଁ, ଖୋଜି ଖୋଜି ମାରିବୁ...

amit shah on attack

Photograph: (sambad.in)

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜନସଭାରେ ସମ୍ବୋଧିତ କଲେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ । ଅଭିଭାଷଣରେ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଲେ ଶାହ । କହିଲେ, ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ଆତଙ୍କବାଦୀଙ୍କୁ କ୍ଷମା ଦିଆଯିବ ନାହିଁ । ଗୋଟି ଗୋଟି ଆତଙ୍କୀଙ୍କୁ ଖୋଜି ଖୋଜି ମାରିବୁ ।

ଆତଙ୍କବାଦର ମୂଳପୋଛ  କରିବାକୁ ଖୋଲା ଚାଲେଞ୍ଜ ଦେଲେ ଶାହ । କହିଲେ ଆତଙ୍କବାଦର ସମାପ୍ତି ନହେବା ଯାଏଁ ଆମର ଲଢେଇ ଜାରି ରହିବ । ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଆମ ସହ ପୂରା ବିଶ୍ବ ଅଛି । ଯେଉଁମାନେ ଭାବୁଛନ୍ତି ପହଲଗାମରେ ଭୀରୁ ଭଳି ଆକ୍ରମଣ କରି ବିଜୟଲାଭ କରିଛନ୍ତି ସେମାନେ ଭୁଲ । ସେମାନେ ଏବେଠାରୁ ଚେତିଯିବା ଦରକାର । କାରଣ ମୋଦୀ ସରକାରରେ କାହାକୁ ତ୍ରାହି ନାହିଁ କି କାହାକୁ ବି ଛଡାଯିବନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe