ଦୁଃଖ ଦେଇଗଲା ଦରଦୀ ବନ୍ଧୁ ! ଯାହା ବଳରେ ଫଡ଼ଫଡ଼ ହେଉଥିଲା ପାକିସ୍ତାନ, ଶେଷରେ ସିଏ ହାତ ଛାଡ଼ିଦେଲା...

Advertisment
pak-china

Photograph: (Sambad.in)

ନୂଆଦିଲ୍ଲୀ: ପାକିସ୍ତାନର ହାତ ଛାଡ଼ିଦେଲା ଚୀନ । ଯାହା ବଳରେ ଫଡ଼ଫଡ଼ ହେଉଥିଲା ପଡୋଶୀ ପାକିସ୍ତାନ ଶେଷରେ ସେହି ଚୀନ ବି ହାତଛାଡି ଦେଇଛି । ଆଉ ପାକିସ୍ତାନର ଆତଙ୍କୀ କାର୍ୟ୍ୟକଳାପକୁ ନିନ୍ଦା କରି ଦୂରେଇ ଯାଇଛି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯେତେବେଳେ ସ୍ଥାୟୀ ସଦସ୍ୟମାନେ ପାକିସ୍ତାନ ସହ ଆତଙ୍କୀଙ୍କ ଲିଙ୍କ୍ ନେଇ ନିନ୍ଦା କରିଥିଲେ ଏବେ ପାକିସ୍ତାନକୁ ଭରା ସଭାରେ ବେଜିତ କରିଥିଲେ ଠିକ୍ ସେତେବେଳେ ଚୀନ ବି ପାକିସ୍ତାନକ ବନ୍ଧୁ ହୋଇ ବି ହାତଛାଡି ଦେଇଥିବା ନେଇ ଜାତୀୟ ଗଣାମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଗତକାଲି ଯଦିଓ ଚୀନ୍‌ ଆମ୍ବାସାଡର ଜିଆଙ୍କ ଜାଇଡଙ୍ଗ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଥିଲେ ଯେ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଚୀନ୍‌ ସର୍ବଦା ପାକିସ୍ତାନକୁ ସମର୍ଥନ କରିବ। ମାତ୍ର ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଚୀନ ପାକିସ୍ତାନ ଠାରୁ ଟିକେ ଦୂରେଇ ରହିବାର ଆଭିମୁଖ ପୋଷଣ କରିଛି ।

ପହଲଗାମ୍ ଆକ୍ରମଣ ନେଇ ସାରା ବିଶ୍ବ ପାକିସ୍ତାନକୁ ନିନ୍ଦ କରୁଥିବା ବେଳେ ଆତଙ୍କବାଦୀଙ୍କୁ ପୋଷିଥିବାରୁ ପାକିସ୍ତାନ ସହ ଛିଡା ହେବାକୁ ସିଧାସିଧା ମନାକରିଦେଇଛନ୍ତି । ଯଦିଓ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଡାକି ଅନ୍ୟ ଦେଶର ସହାନୁଭୂତି ନେବାକୁ ଚେଷ୍ଟା କରିଥିଲା ମାତ୍ରା ସେ ଡ୍ରାମା କାମ ଦେଇନି । ଏବେ ପ୍ରଶ୍ନ ଉଠୁଛି, ପାକିସ୍ତାନକୁ ସାରା ବିଶ୍ବା ନିନ୍ଦା କରୁଥିବା ବେଳେ ଚୀନ ସାହସରେ ପାକିସ୍ତାନ ଯେଉଁ ଡିଆଁ ଡେଉଁଥିଲା ଚୀନର ଦୂରେଇ ଯିବା ପରେ କଣ ହେବ ପାକିସ୍ତାନର ପରିସ୍ଥିତି ?

ସେପଟେ ନିଜ ଜାଲରେ ନିଜେ ଫସିଯାଇଛି ପାକିସ୍ତାନ । ଜାତିସଂଘରେ କାମ କରିନି ପାକିସ୍ତାନ ମିଛି ମିଛିକା ଡ୍ରାମା । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତର ଆକ୍ସନ ପରେ ବୈଠକ ଡାକି ଅନ୍ୟ ଦେଶର ସାହାନୁଭୂତି ସାଉଁଟିବାକୁ ପାକିସ୍ତାନ ଯେଉଁ ଶସ୍ତା ଡ୍ରାମା କରିଥିଲା, ଡ୍ରାମେବାଜ୍ ପାକିସ୍ତାନର ଅସଲ ମୁଖା ଜାତିସଂଘରେ ହିଁ ଖୋଲିଗଲା । ଆଉ ନିଜେ ବୈଠକ ଡାକି ଭରା ବେଜିତ ହେଲା ପାକିସ୍ତାନ ।

ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧ ଦ୍ବାର ବୈଠକରେ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଛି । ପହଲଗାମ ଆକ୍ରମଣରେ ଲସ୍ତର-ଇ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ପ୍ରଶ୍ନ ପଚାରିଲେ ଜାତିସଂଘ ସୁରକ୍ଷା ପରିଷଦ । ତାସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପାକିସ୍ତାନକୁ ଭର୍ତ୍ସନା କରାଯାଇଛି । 

ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଯୋଜନା କରିଥିଲା ପାକିସ୍ତାନ ହେଲେ ଏହା ଓଲଟା ତାକୁ ହିଁ ଭାରି ପଡିଗଲା । ପାକିସ୍ତାନ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ବି ନେଇ ନିନ୍ଦା କରାଯାଇଛି । ଏଭଳି ମନ୍ତବ୍ୟ ରଖି ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ୟୁଏନଏସସି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe