ରାତିରେ ଦିନ ଦେଖିଲା ପାକିସ୍ତାନ: ଆତଙ୍କବାଦ ବିରୋଧରେ ଏହା ଟ୍ରେଲର ଥିଲା, ସମୟ ଆସିଲେ ପୂରା ସିନେମା ଦେଖିବ ବିଶ୍ବ...

OPE

Photograph: (Sambad.in)

ଗାନ୍ଧୀନଗର: ପୁଣି ରଣହୁଙ୍କାର ଦେଲେ ରାଜନାଥ । ଭୁଜ୍ ଏୟାରବେସରୁ ପାକିସ୍ତାନ ବିରୋଧରେ ଦେଲେ ରଣ ହୁଙ୍କାର । କହିଲେ ଆମେ ପାକିସ୍ତାନକୁ ପରୀକ୍ଷା କରୁଛୁ, ତା ଉପରେ ନଜର ରଖିଛୁ । ଯଦି ତାର ଆଚରଣ, ବ୍ୟବହାରରେ ଉନ୍ନତି ଆସେ ଭଲ ନହେଲେ ପୁନଶ୍ଚ ଦିଆଯିବ କଠୋର ଦଣ୍ଡ । ଆତଙ୍କବାଦ ବିରୋଧରେ ଏ ଲଢେଇ ସରିନି, ଅପରେସନ ସିନ୍ଦୂର ଜାରି ରହିଛି କହି ନୂଆ ଭାରତର ଉଦାହରଣ ଦେଲେ ପ୍ରତିରକ୍ଷା ମନ୍ତ୍ରୀ । ନୂଆ ଭାରତ ଆଉ କିଛି ସହିବନି, ଓଲଟି ପଡି ଜବାବ ଦେବ... 

ବ୍ରହ୍ମୋସ ମିସାଇଲକୁ ପ୍ରଶଂସା କରି ଦିନରେ ତାରା ଦେଖିବାର ଢଗ କହିଛନ୍ତି ରାଜନାଥ । କହିଲେ କଥାରେ ଅଛି ଦିନରେ ତାରା ଦେଖେଇଲୁ... ହେଲେ ଭାରତ ବ୍ରହ୍ମୋସ୍ ମିସାଇଲ୍ ମାଡ କରି ପାକିସ୍ତାନକୁ ରାତିର ଘନ ଅନ୍ଧାରରେ ବି ଦିନର ଚମକ ଦେଖାଇଦେଲା । ଏବେ ସାରା ବିଶ୍ବରେ ବ୍ରହ୍ମୋସର ଚାହିଦା, ବ୍ରହ୍ମୋସର ଚର୍ଚ୍ଚା । ପାକିସ୍ତାନ ତ ବ୍ରହ୍ମୋସର ଶକ୍ତିକୁ ସ୍ବୀକାର କରି ସାରିଛି । 

ବାୟୁବୀରଙ୍କୁ ପ୍ରଶଂସା କରିବାକୁ ଯାଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯେ ଲୋକମାନେ ନାସ୍ତା ଖାଇବା ପାଇଁ ଯେତିକି ସମୟ ନିଅନ୍ତି, ସେତିକି ସମୟରେ ଆପଣମାନେ ଶତ୍ରୁଙ୍କ ସହ ମୁକାବିଲା କରିଥିଲେ। ଆପଣ ଶତ୍ରୁ ଦେଶକୁ ଯାଇ ମିସାଇଲ୍ ମାଡ କରିଥିଲେ । ଏହାର ପ୍ରତିଧ୍ୱନି କେବଳ ଭାରତର ସୀମା ଯାଏଁ  ସୀମିତ ରହିଲା ନାହିଁ ବରଂ ସମଗ୍ର ବିଶ୍ୱ ଏହା ଶୁଣିଲା। ସେହି ପ୍ରତିଧ୍ୱନି କେବଳ କ୍ଷେପଣାସ୍ତ୍ରର ନୁହେଁ ବରଂ ଆପଣଙ୍କର ବୀରତ୍ୱ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଯବାନମାନଙ୍କ ସାହସର ଥିଲା ବୋଲି ରାଜନାଥ କହିଛନ୍ତି । 

ତେବେ ବୀର ଯବାନଙ୍କ ସହ କଥା ହୋଇ ଭାରତ ମାତା କି ଜୟ ନାରା ଦେବା ସହ ବାୟୁସେନାର ବୀରମାନେ ମାତ୍ର ୨୩ ମିନିଟରେ ପାକିସ୍ତାନରେ ପଶି ଆତଙ୍କୀ ଠିକଣାରେ କେମିତି ତାଣ୍ଡବ ରଚିଥିଲେ ତାହା ବଖାଣିଛନ୍ତି । ପାକିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବାକୁ ଭାରତ କେବଳ ଜଳଖିଆ ଖାଇବାର ସମୟ ନେଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe