ଲୋକେ ଜଳଖିଆ ଖାଇବାକୁ ଯେତିକି ସମୟ ନିଅନ୍ତି, ସେହି ସମୟରେ ପାକିସ୍ତାନରେ ପଶି ଆତଙ୍କୀଙ୍କୁ ସଫା କରିଛନ୍ତି ଆମ ବାୟୁବୀର...

BHUJ

Photograph: (Sambad.in)

ଗାନ୍ଧୀନଗର: ଭୁଜ ଏୟାରବେସରେ ରାଜନାଥ ସିଂହ । ଗୁଜୁରାଟ ସ୍ଥିତ ଭୁଜ ଏୟାରବେସରେ ବାୟୁବୀରଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ । ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ କଲେ ପ୍ରଶଂସା । ଭୁଜ ଏୟାରବେସ୍ ପାକିସ୍ତାନ ବିପକ୍ଷରେ ବିଜୟ ପାଇଁ ସବୁବେଳେ ମୁକସାକ୍ଷୀ ହୋଇ ରହିଛି । ଆମ ବାୟୁବୀରମାନେ ଅପରେସନ ସିନ୍ଦୂର ଜରିଆରେ ସାରା ଦେଶବାସୀଙ୍କୁ ଗର୍ବିତ କରିଛନ୍ତି । ବାୟୁସେନାର ବୀରମାନେ ମାତ୍ର ୨୩ ମିନିଟରେ ପାକିସ୍ତାନରେ ପଶି ଆତଙ୍କୀ ଠିକଣାରେ ତାଣ୍ଡବ ରଚିଛନ୍ତି । ପାକିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବାକୁ ଭାରତ କେବଳ ଜଳଖିଆ ଖାଇବାର ସମୟ ନେଇଥିଲା । 

ତେବେ ଆଜି ବି ଭୁଜ ଏୟାରବେସରୁ ପାକିସ୍ତାନକୁ ପୁଣି ଟାର୍ଗେଟ୍ କଲେ ରାଜନାଥ । କହିଲେ କଥାରେ ଅଛି ଦିନରେ ତାରା ଦେଖିବା... ହେଲେ ଭାରତ ବ୍ରହ୍ମୋସ୍ ମିସାଇଲ୍ ମାଡ କରି ପାକିସ୍ତାନକୁ ରାତିର ଅନ୍ଧାରରେ ଦିନର ଚମକ ଦେଖାଇଦେଲା । ଏବେ ସାରା ବିଶ୍ବରେ ବ୍ରହ୍ମୋସର ଚାହିଦା, ବ୍ରହ୍ମୋସର ଚର୍ଚ୍ଚା । ପାକିସ୍ତାନ ତ ବ୍ରହ୍ମୋସର ଶକ୍ତି ଦେଖି ଛାନିଆ । 

ବାୟୁବୀରଙ୍କୁ ପ୍ରଶଂସା କରିବାକୁ ଯାଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯେ ଲୋକମାନେ ନାସ୍ତା ଖାଇବା ପାଇଁ ଯେତିକି ସମୟ ନିଅନ୍ତି, ସେତିକି ସମୟରେ ଆପଣମାନେ ଶତ୍ରୁଙ୍କ ସହ ମୁକାବିଲା କରିଥିଲେ। ଆପଣ ଶତ୍ରୁ ଦେଶକୁ ଯାଇ ମିସାଇଲ୍ ମାଡ କରିଥିଲେ । ଏହାର ପ୍ରତିଧ୍ୱନି କେବଳ ଭାରତର ସୀମା ଯାଏଁ  ସୀମିତ ରହିଲା ନାହିଁ ବରଂ ସମଗ୍ର ବିଶ୍ୱ ଏହା ଶୁଣିଲା। ସେହି ପ୍ରତିଧ୍ୱନି କେବଳ କ୍ଷେପଣାସ୍ତ୍ରର ନୁହେଁ ବରଂ ଆପଣଙ୍କର ବୀରତ୍ୱ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଯବାନମାନଙ୍କ ସାହସର ଥିଲା ବୋଲି ରାଜନାଥ କହିଛନ୍ତି । 


 
ପାକିସ୍ତାନକୁ ନଜରରେ ରଖିଛୁ, ଯଦି ବ୍ୟବହାରରେ ପରିବର୍ତ୍ତନ ଆସେ ତାହାଲେ ଭଲ, ନଚେତ ପୁଣି ଆକ୍ସନ ନିଆଯିବ । ଅପରେସନ ସିନ୍ଦୂର ସରିନାହିଁ, ଯାହା ସବୁ ଘଟିଲା ତାହା କେବଳ ଟ୍ରେଲର ଥିଲା, ସମୟ ଆସିଲେ ସମଗ୍ର ବିଶ୍ବ ପୂରା ସିନେମା ଦେଖିବ କହି ଆତଙ୍କବାଦ ବିରୋଧରେ ରଣ ହୁଙ୍କାର ଦେଲେ ରାଜନାଥ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe