ପହଲଗାମ୍ ହମଲାକୁ ମାସେ: ଆତଙ୍କୀ ଆକ୍ରମଣରୁ ଏୟାର ଷ୍ଟ୍ରାଇକ୍, ଅପରେସନ ସିନ୍ଦୂରରୁ ଅସ୍ତ୍ରବିରତି ଓ ପାକ୍ ଗୁପ୍ତଚର ଗିରଫ ଯାଏଁ... ଗୋଟିଏ କ୍ଲିକରେ ଗୋଟିଏ ମାସର ଘଟଣାକ୍ରମ...

ପହଲଗାମ୍ ହମଲାକୁ ଇତି ମଧ୍ୟରେ ମାସେ ପୂରିଥିବା ବେଳେ ଭାରତ ଭିତରେ ପଶି ଆତଙ୍କୀ ହମଲା କରି ୨୬ ନିରୀହ ଜୀବନ ନେଇଥିବା ଆତଙ୍କୀଙ୍କ ଉପରେ ପ୍ରତିଶୋଧ ନେଇଛି ଭାରତ । ସବୁ ଘଟଣାର ଗୋଟି ଗୋଟି ଜବାବ ଦେଇଛି ଭାରତ । ମୋଦୀ ସରକାର ମାଆଙ୍କୁ ନ୍ୟାୟ ଦେବାକୁ ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ମାଧ୍ୟମରେ ନେଇଛନ୍ତି...

ିପର

Photograph: (Sambad.in)

ନୂଆଦିଲ୍ଲୀ: ପହଲଗାମ୍ ହମଲାକୁ ଇତି ମଧ୍ୟରେ ମାସେ ପୂରିଥିବା ବେଳେ ଭାରତର ଭିତରେ ପଶି ଆତଙ୍କୀ ହମଲା କରି ୨୬ ନିରୀହ ଜୀବନ ନେଇଥିବା ଆତଙ୍କୀଙ୍କ ଉପରେ ପ୍ରତିଶୋଧ ନେଇଛି ଭାରତ । ଯେମିତି ଆତଙ୍କବାଦୀମାନେ ପହଲଗାମରେ ଖୋଜି ଖୋଜି କେବଳ ପୁରୁଷଙ୍କୁ ମାରିଥିଲେ ଏବଂ ଧର୍ମ ପଚାରି ଗଣହତ୍ୟା କରିଥିଲେ ଆଉ ମହିଳାଙ୍କ ମଥାର ସିନ୍ଦୂର ପୋଛି ସେମାନଙ୍କୁ ବିଧବା କରିଥିଲେ । ସବୁ ଘଟଣାର ଗୋଟି ଗୋଟି ଜବାବ ଦେଇଛି ଭାରତ । ମୋଦୀ ସରକାର ମାଆଙ୍କୁ ନ୍ୟାୟ ଦେବାକୁ ସିନ୍ଦୂରର ବଦଲା ଅପରେସନ ସିନ୍ଦୂର ମାଧ୍ୟମରେ ନେଇଛନ୍ତି । ୨୨ ଏପ୍ରିଲ ୨୦୨୫ରେ ହମଲା ହେଲା ଆଉ ଏହାର ଠିକ୍ ୧୫ ଦିନରେ ହିଁ ପ୍ରତିଶୋଧ ପୂରା କଲେ ଆମ ଯବାନ । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କୀଙ୍କ ଆଡ୍ଡା ଉପରେ ହମଲା ହେଲା । 

ମଙ୍ଗଳବାରର ବଦଲାକୁ ମଙ୍ଗଳବାରରେ ନେଲା ସେନା । ମଙ୍ଗଳବାର ମଧ୍ୟରାତ୍ରି ଏବଂ ବୁଧବାର ପାହାନ୍ତି ଅର୍ଥାତ ୬ ମେ ମଧ୍ୟରାତି ଏବଂ ୭ ମେ ଭୋରୁ ହିଁ ଆତଙ୍କୀଙ୍କ ଖେଳ ଖତମ ହେଲା । ମାତ୍ର ୨୫ ମିନିଟରେ ହିଁ ପିଓକେ ଏବଂ ପାକିସ୍ତାନରେ ପଶି ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କଲା ଭାରତ । ପହଲଗାମରେ ପଶି ଆତଙ୍କୀ ଯେଉଁ ରକ୍ତର ହୋଲି ଖେଳିଥିଲେ ଆତଙ୍କୀଙ୍କୁ ଖୋଜି ଖୋଜି ମାରି ଭାରତୀୟ ଯବାନ ବି ରକ୍ତର ହୋଲି ଖେଳିଥିଲେ । ଆଉ ଆତଙ୍କୀ ଆଡ୍ଡା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରି ଅଦିନିଆ ଦୀପାବଳି ପାଳିଥିଲେ ।

ପହଲଗାମ୍ ହମଲା ପରେ ଏବଂ ଅପରେସନ ସିନ୍ଦୂର ପୂର୍ବରୁ ଜଳ ଏବଂ ସ୍ଥଳରେ କୂଟନୈତିକ ପ୍ରହାର କରିଥିଲା ଭାରତ । ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ରହିବା ସହ ପାକିସ୍ତାନକୁ ପାଣି ଟୋପେ ଦେଇନି ଭାରତ । ହମଲା ପରେ ହିଁ ଏନଆଇଏ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆତଙ୍କୀଙ୍କୁ ଖୋଜିବା ଆରମ୍ଭ କଲା । ଯବାନ ମାନେ ଭାରତ ଭିତରେ ଥିବା ଆତଙ୍କୀଙ୍କୁ ଘର ଉଡାଇଦେଲେ । 

ପାକିସ୍ତାନ ଆତଙ୍କୀଙ୍କୁ ପୋଷୁଥିବାରୁ ପାକିସ୍ତାନକୁ ପାନେ ଦେବାକୁ ସବୁ ପାକିସ୍ତାନୀଙ୍କୁ ଭାରତରୁ ତଡିବାକୁ ନିର୍ଦ୍ଦେଶ ହେଲା । ସମସ୍ତଙ୍କର ଭିସା ରଦ୍ଦ ହେଲା । ଆକାଶ ମାର୍ଗ ପାକିସ୍ତାନ ପାଇଁ ବନ୍ଦ କଲା ଭାରତ । ଅଟାରୀ ବର୍ଡର ବି ବନ୍ଦ ହେଲା । ଦିଲ୍ଲୀରେ ଥିବା ପାକ୍ ଦୂତାବାସ ଉପରେ ଆକ୍ସନ ହେଲା । ଅପରେସନ ସିନ୍ଦୂର ପରେ ପାଗଳ ହୋଇଥିବା ପାକିସ୍ତାନ ଆକ୍ରମଣ ଆରମ୍ଭ କଲା । ସୀମାରେ ଉତ୍ତେଜନା ସୃଷ୍ଟି କଲା । 

ରାତି ହେଲେ ଡ୍ରୋନ ହମଲା ଏବଂ ମିସାଇଲ ଛାଡିଲା । ଯାହାକୁ ଆମ ଭାରତୀୟ ଯବାନ ଓ ଆମର ସୁଦର୍ଶନ ଚକ୍ର ସବୁକୁ କାଟି ଫିଙ୍ଗିଦେଲା । ଶେଷରେ ପାକିସ୍ତାନ ସୀମାବର୍ତ୍ତୀ ଲୋକଙ୍କୁ ଗୁଳିମାଡ କରି ହତ୍ୟା କଲା । ପାକିସ୍ତାନର ଆକ୍ରମଣକୁ ପଣ୍ଡ ପାଇଁ ଭାରତର ବିଭିନ୍ନ ରାଜ୍ୟକୁ ବ୍ଲାକ ଆଉଟ କରାଗଲା । ପାକିସ୍ତାନକୁ ଜବାବ ଦେବାକୁ ପାକିସ୍ତାନରେ ପଶି ବିଭିନ୍ନ ସ୍ଥାନରେ ଭାରତ ହମଲା କଲା । ବ୍ରହ୍ମୋସ୍ ମାଡରେ ପାକିସ୍ତାନ ଛାରଖାର ହେଲା । ପାକିସ୍ତାନର ଅନେକ ଏୟାର ବେସ ନଷ୍ଟ ହେଲା । ଭାରତର ସହ ଲାଗିବାର ଫଳ ଭୋଗିଲା ।

ଅଧିକ ପଢନ୍ତୁ:

୨୨ ଏପ୍ରିଲ ୨୦୨୫: ଆଜିକୁ ଠିକ୍ ମାସେ ତଳେ କାଶ୍ମୀରର ସାଗୁଆ ଭୂଇଁରେ ଭାଙ୍ଗି ଯାଇଥିଲା ଅନେକ ସ୍ତ୍ରୀଙ୍କ ନାଲି ଶଙ୍ଖା, ସୈତାନ ପୋଛି ଦେଇଥିଲେ ନାଲି ସିନ୍ଦୂର...

ଭାରତର ରୌଦ୍ର ରୂପ ଦେଖି ଛାନିଆ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଅନୁରୋଧ କଲା । ଏବଂ ମେ ୧୦ରେ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେଲା ।  ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନ ସୀମାରେ ଡ୍ରୋନ ହମଲା କରିଥିଲା ମାତ୍ର ଭାରତର ଧମକ ପରେ ପାକିସ୍ତାନ ଭୟରେ ଆଉ ଏଯାଏଁ କିଛି କରିନଥିବା ବେଳେ ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶ କରେଇବାରେ ଲାଗିଛି । ଯାହାକୁ ଆମ ଯବାନ ମାରି ଗଡାଉଛନ୍ତି ।

ଏପଟେ ପାକିସ୍ତାନ ସହ ଲିଙ୍କରେ ଥିବା ସବୁ ଗୁପ୍ତଚରଙ୍କୁ ବାନ୍ଧିବାକୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ସାମ୍ନାକୁ ଆସିଛନ୍ତି ଜ୍ୟୋତି ମଲହୋତ୍ରା । ଯିଏ ତାଙ୍କ ଗ୍ୟାଙ୍ଗ ସହ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ । ଭାରତରେ ଥାଇ ଭାରତ ସହ ବେଇମାନୀ କରୁଥିଲେ ଏବଂ ବ୍ଲାକ ଆଉଟର ସବୁ ଖବର ପାକିସ୍ତାନକୁ ଦେଉଥିଲେ । ଗୁଇନ୍ଦାଗିରି ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଓଡିଶାର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ନେଇ ତଦନ୍ତ ଚାଲିଛି । 

 pahalgam-terror-attack

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe