ପିଓକେରେ ହଲଚଲ: ବନ୍ଦ ହେଲା ହଜାରେ ମଦ୍ରାସା, ୧୦ ଦିନ ଯାଏଁ ଧାର୍ମିକ ଆୟୋଜନ ବନ୍ଦ

madrasa

Photograph: (Sambad.in)

ନୂଆଦିଲ୍ଲୀ: ପହଲଗାମ୍ ପ୍ରତିଶୋଧ ନେବାକୁ ଆକ୍ସନ ମୋଡକୁ ଆସିଥିବା ଭାରତ ଆକ୍ରମଣ ପର ଠାରୁ ଆତଙ୍କୀଙ୍କୁ ଏବଂ ଆତଙ୍କୀକୁ ପୋଷିଥିବା ଦେଶ ପାକିସ୍ତାନକୁ ପାନେ ଦେବାକୁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଭାରତର ଆକ୍ସନ ଏତେ ଉଗ୍ର ରୂପ ନେଲାଣି ଯେ ପାକିସ୍ତାନ ଭାବିଲାଣି କି ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛି ଆଉ ଖୁବଶୀଘ୍ର ଆକ୍ରମଣ କରିପାରେ ।

ତେଣୁ ଭାରତର ଆକ୍ରମଣ ଏବଂ ସମ୍ଭାବ୍ୟ ଯୁଦ୍ଧର ଭୟ ପାକିସ୍ତାନକୁ ଘାରିଥିବା ବେଳେ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ପିଓକେରେ ଏମରଜେନ୍ସି ପରି ପରିସ୍ଥିତି ସୃଷ୍ଟି କରିଛି । ଡରରେ ୧ ହଜାର ମଦ୍ରାସାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଆତଙ୍କୀଙ୍କ ଶିବିର ଭାବି ଭାରତ ଏ ସବୁ ମଦ୍ରାସାକୁ ଟାର୍ଗେଟ୍ କରିପାରେ ବୋଲି ଆଗୁଆ ଅନୁମାନ କରି ଏସବୁ ବନ୍ଦ କରାଯାଇଛି । 

ତାସହ ୧୦ ଦିନ ଯାଏଁ ପିଓକେରେ ଧାର୍ମିକ ଆୟୋଜନ ଉପରେ କଟକଣା ଲଗାଯାଇଛି । ୧୦ ଦିନ ଯାଏଁ କୌଣସି ଧାର୍ମିକ କାର୍ଯ୍ଯକ୍ରମ ହୋଇପାରିବନି । ଖାଲି କଣ ସେତିକି ପିଓକେର ନାଗରିକମାନଙ୍କୁ ଦୀର୍ଘ ସମୟ ପାଇଁ ଖାଦ୍ୟ ଶସ୍ୟ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ଵାରା ଯଦି ଯୁଦ୍ଧ ହୁଏ ସେଠାକାର ନାଗରିକମାନଙ୍କୁ ଖାଦ୍ୟ ଏବଂ ପାଣିର ଅଭାବ ସାମ୍ନା କରିବାକୁ ପଡିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe