ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ମାରୁଛି ଗୁଳି: ଏଲଓସିରେ ଗୁଳିମାଡ଼, ୩ ଜଣଙ୍କ ମୃତ୍ୟୁ...

loc today5

Photograph: (Sambad.in)

ଶ୍ରୀନଗର: ଏଲଓସିରେ ଗୁଳିମାଡ । ପାକିସ୍ତାନ ପକ୍ଷରୁ ସୀମାରେ ଗୁଳିମାଡ଼ ଜାରି । ଅଧ ରାତିରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ଭୟରେ ଗୁଳିମାରୁଛି ପାକିସ୍ତାନ । ପିଓକେ ଏବଂ ପାକିସ୍ତାନର ୯ଟି ଆତଙ୍କୀ ଠିକଣା ଉପରେ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଯେଉଁଥିରେ ଆତଙ୍କୀଙ୍କ ଆଡ୍ଡା ଛାରଖାର ହୋଇଛି । ପହଲଗାମ୍ ପ୍ରତିଶୋଧ ନେବାକୁ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କୀଙ୍କୁ ନିପାତ କରିଛି । 

ଯାହା ପରେ ପାକିସ୍ତାନ ସେନା ପକ୍ଷରୁ ସୀମାରେ ଗୁଳିମାଡ଼ ଜାରି ରହିଛି । ପ୍ରବଳ ଗୁଳିଗୋଳା ବର୍ଷା କରୁଛି ପାକିସ୍ତାନ । ଗୁଳିମାଡରେ ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe