ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ପଡ଼ିଲା ଭାରତର ଡ୍ରୋନ୍, ଛାନିଆରେ ଷ୍ଟାଡିୟମ ଛାଡିଲେ ଖେଳାଳି

ଆଜି ରାତି ୮ଟାରେ ଆରମ୍ଭ ହୋଇଥାନ୍ତା ପିଏସଏଲ । ତା ପୂର୍ବରୁ ଆକ୍ରମଣ କରିଛି ଭାରତ। ଯେଉଁଥିରେ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି ।

DRONE

Photograph: (sambad.in)

ନୂଆଦିଲ୍ଲୀ: ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଡ୍ରୋନ୍ ଆକ୍ରମଣ । ଭାରତ ପକ୍ଷରୁ ରାୱଲପିଣ୍ଡିରେ ହମଲା । ପାକିସ୍ତାନ ସୁପର ଲିଗ୍ ପୂର୍ବରୁ ଡ୍ରୋନ୍ ଆକ୍ରମଣ । ଆଜି ରାତି ୮ଟାରେ ଆରମ୍ଭ ହୋଇଥାନ୍ତା ପିଏସଏଲ । ତା ପୂର୍ବରୁ ଆକ୍ରମଣ କରିଛି ଭାରତ। ଯେଉଁଥିରେ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି ।

ସେପଟେ ଡ୍ରୋନ୍ ଆକ୍ରମଣ ପରେ ରାୱଲପିଣ୍ଡି ଛାଡିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ । ସୁପର ଲିଗରେ ଭାଗ ନେଇଥିବା ଖେଳାଳିଙ୍କୁ ଷ୍ଟାଡିୟମ ଛାଡି ଚାଲିଥିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିସିବି ପକ୍ଷରୁ ଜରୁରୀ ବୈଠକ ବସିଛି । ପାକିସ୍ତାନ ପକ୍ଷରୁ ଭାରତର ୧୫ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରିବା ପରେ ଏବଂ ବିଭିନ୍ନ ସହରରେ ମିଜାଇଲର ଭଗ୍ନାଂଶ ମିଳିବା ପରେ ଜବାବ ଦେଇଛି ଭାରତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe