ନୂଆ ସମୟ ନୂଆ କଥା: ପିମ୍ପୁଡ଼ି ଦେଖାଯାଉ ନଥିବା ସ୍ଥାନ

ନୂଆ ସମୟ ନୂଆ କଥା: ପିମ୍ପୁଡ଼ି ଦେଖାଯାଉ ନଥିବା ସ୍ଥାନ

Times of India

ପୃଥିବୀର ଏମିତି କିଛି ସ୍ଥାନ ଅଛି ‌ଯେଉଁଠି ପିମ୍ପୁଡ଼ି ଦେଖିବାକୁ ମିଳେନାହିଁ। ପରିସଂଖ୍ୟାନ ଅନୁସାରେ ପୃଥିବୀରେ ୧୨ ହଜାରରୁ ଅଧିକ ପ୍ରଜାତିର ପିମ୍ପୁଡ଼ି ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କଳା, ବାଦାମୀ ଓ ନାଲି ରଙ୍ଗର। ବିଶ୍ବରେ ଦେଖାଯାଉଥିବା ଅନେକ ପିମ୍ପୁଡ଼ି ମଧ୍ୟରୁ କିଛି ବିଷାକ୍ତ ମଧ୍ୟ ଅଛନ୍ତି। ବିଶ୍ବରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ବି ପିମ୍ପୁଡ଼ି ଦେଖିବାକୁ ମି‌େଳ ନାହିଁ। ଏହା ହେଉଛି ଗ୍ରୀନ୍‌ଲ୍ୟାଣ୍ଡ୍‌। ଏହା ବିଶ୍ବର ସବୁଠାରୁ ବଡ଼ ଦ୍ବୀପ।

ଏଠାକାର ଜଳବାୟୁ ବହୁତ ଥଣ୍ଡା କାରଣରୁ ଏଠାରେ ପିମ୍ପୁଡ଼ି ବଞ୍ଚିପାରନ୍ତି ନାହିଁ। ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଥଣ୍ଡା ପାଣିପାଗ ଏବଂ ଜଳବାୟୁ ପିମ୍ପୁଡ଼ି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ବରଫାବୃତ ଆଣ୍ଟାର୍କଟିକାରେ ମଧ୍ୟ ଏହି କାରଣରୁ ପିମ୍ପୁଡ଼ି ଦେଖିବାକୁ ମିଳେ ନାହିଁ। ବୈଜ୍ଞାନିକଙ୍କ କହିବାନୁସାରେ, ଏହି ସ୍ଥାନଗୁଡ଼ିକରେ ପିମ୍ପୁଡ଼ି ପାଇଁ କୌଣସି ଖାଦ୍ୟ ଶୃଙ୍ଖଳ ନାହିଁ।

ଟାଟୁ ପାଇଁ ହୋଇପାରେ ସ୍କିନ୍‌ କ୍ୟାନ୍‌ସର

publive-image Live Science

ବର୍ତ୍ତମାନ ଯୁବପିଢ଼ିଙ୍କ ଫ୍ୟାଶନ୍‌ରେ ଟାଟୁ ବେଶ୍‌ ଆଗରେ ରହିଛି। ତେବେ ଏଥିପାଇଁ ବ୍ୟବହୃତ ରଙ୍ଗ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ୱାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଥିପାଇଁ ବ୍ୟବହାର କରାଯାଉଥିବା କେତେକ ରଙ୍ଗରେ ଏପରି ରାସାୟନିକ ତତ୍ତ୍ବ ରହିଛି, ଯାହା ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିପାରେ। ଏପରି କି ଏହାଦ୍ବାରା ସ୍କିନ୍‌ କ୍ୟାନ୍‌ସର ହେବାର ଆଶଙ୍କା ରହିଛି ବୋଲି ଗବେଷଣାରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏହି ରଙ୍ଗ ହେପାଟାଇଟିସ୍‌ ବି ରୋଗର କାରଣ ସାଜିପାରେ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe