ଆମ ଦୁନିଆ : ଏକାଗ୍ରତା ବଢ଼ାଏ ସୋସିଆଲ୍‌ ମିଡ଼ିଆ ଓ ମହାକାଶ ହୋଟେଲ୍‌

Advertisment
ଆମ ଦୁନିଆ : ଏକାଗ୍ରତା ବଢ଼ାଏ ସୋସିଆଲ୍‌ ମିଡ଼ିଆ ଓ ମହାକାଶ ହୋଟେଲ୍‌

Financial Times

ଆଜିକାଲି ସୋସିଆଲ୍‌ ମିଡିଆର ଚାହିଦା ରହିଛି। କେବଳ ଛାତ୍ରଛାତ୍ରୀ ନୁହନ୍ତି, ଯୁବପିଢ଼ି ହୁଅନ୍ତୁ ଅବା ବୟସ୍କ ପ୍ରାୟ ସମସ୍ତେ ଏହି ମାୟାରେ ପଡ଼ିଛନ୍ତି। କାରଣ ଏହା ବିଭିନ୍ନ ତଥ୍ୟରେ ପରିପୂର୍ଣ୍ଣ ଏବଂ ଯୋଗାଯୋଗର ଅନ୍ୟତମ ପ୍ରମୁଖ ମାଧ୍ୟମ। ଏହାର ସୁପ୍ରଭାବ ବିଷୟରେ ନିକଟରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀଙ୍କ ଦ୍ୱାରା ଏକ ସର୍ଭେ କରାଯାଇଥିଲା। ଏଥିରୁ ଏକ କୌତୂହଳପୂର୍ଣ୍ଣ ତଥ୍ୟ ଜଣାପଡ଼ିଛି। ସଦ୍ୟ ପ୍ରକାଶିତ ରିପୋର୍ଟରେ ସେମାନେ ଏ ନେଇ ଉଲ୍ଲେଖ କରିଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ‘ମିଡିଆର ସୁପ୍ରଭାବ’ ନାମକ ବିଷୟବସ୍ତୁକୁ ନେଇ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ସହ ନିଜକୁ ଜଡ଼ିତ ରଖିଥିଲେ ସେମାନଙ୍କ ଭିତରୁ ଅଧିକାଂଶଙ୍କର ଏକାଗ୍ରତା ଆହୁରି ଦୃଢ଼ ହେଇଥିବା ଜଣାପଡ଼ିଥିଲା।

publive-image CNN.com

ମହାକାଶ ହୋଟେଲ୍‌
ମହାକାଶରେ ହୋଟେଲ୍‌! ଶୁଣିବାକୁ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗୁଥିବ? କିନ୍ତୁ ଏହା ଭବିଷ୍ୟତରେ ଘଟିବାକୁ ଯାଉଛି। ମହାକାଶରେ ଖୋଲିବ ହୋଟେଲ୍‌। ପୃଥିବୀଠାରୁ ଦୂରରେ ହଜାର ହଜାର ଫୁଟ ଉଚ୍ଚରେ ମହାକାଶରେ ବସି ଆପଣ ଫିଲ୍ମ ଦେଖି ପାରିବେ, ଖାଇପାରିବେ, ବାୟାମ କରିପାରିବେ ଓ ରାତ୍ରିଯାପନ ମଧ୍ୟ କରିପାରିବେ। ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଗେଟ୍‌େଓ୍ଵ ଫାଉଣ୍ଡେସନ୍‌ ମହାକାଶରେ ହୋଟେଲ ଖୋଲିବାକୁ ପ୍ରସ୍ତୁତି ଚଳାଇଛି। ୨୦୨୫ ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ଏବଂ ୨୦୨୭ରେ ଏହି ହୋଟେଲ୍‌ରେ ପୃଥିବୀର ବାସିନ୍ଦା ରହି ପାରିବେ। ଏକକାଳୀନ ଏହି ହୋଟେଲ୍‌ରେ ୧୦୦ ଜଣ ରହିପାରିବେ। ଏଥିରେ ଗୋଟିଏ ରେସ୍ତୋରାଁ, ଜିମ୍‌, ବାର୍‌, ପ୍ରେକ୍ଷାଳୟ ଓ ସମ୍ମିଳନୀ କକ୍ଷ ରହିବ। ଚକ୍ରାକାରରେ ଏହି ହୋଟେଲ୍‌ଟି ନିର୍ମିତ ହେବ। ହୋଟେଲ୍‌ ମଧ୍ୟରେ ମାଧ୍ୟାକର୍ଷଣ ଶକ୍ତିର ଏକ ବିକଳ୍ପ ବିନିଯୋଗ କରାଯାଉଥିବାରୁ ଲୋକେ ଏଥିରେ ପୃଥିବୀ ପରି ଚଲାବୁଲା କରିବେ। ୨୦୧୫ ମସିହାରେ ଏହି ହୋଟେଲ୍‌ ପାଇଁ ବୁକିଂ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe