ଆମ ଦୁନିଆ : କ୍ଷୁଦ୍ରତମ ମାଙ୍କଡ଼ର ଅବଶେଷ ଓ ଜୋତାର ଦାମ୍‌ ୧୪୧ କୋଟି

Advertisment
ଆମ ଦୁନିଆ : କ୍ଷୁଦ୍ରତମ ମାଙ୍କଡ଼ର ଅବଶେଷ ଓ ଜୋତାର ଦାମ୍‌ ୧୪୧ କୋଟି

ପେରୁର ଆମାଜନ୍‌ ଜଙ୍ଗଲରୁ ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ସବୁଠୁ ଛୋଟ ମାଙ୍କଡ଼ର ଅବଶେଷ ଠାବ କରିଛନ୍ତି। ମୂଷାଠାରୁ ମାଙ୍କଡ଼ଟି ଅଧିକ ବଡ଼ ନୁହେଁ। ଆମେରିକାର ଡ୍ୟୁକ୍‌ ୟୁନିଭର୍ସିଟି ଓ ପେରୁସ୍ଥିତ ନ୍ୟାସନାଲ୍‌ ୟୁନିଭର୍ସିଟି ଅଫ୍‌ ପିଉରାର ଗବେଷକଙ୍କ ନେତୃତ୍ୱରେ ଏହି ଛୋଟ ମାଙ୍କଡ଼ ପ୍ରଜାତିର ୧.୮ କୋଟି ବର୍ଷ ପୁରୁଣା ଦାନ୍ତର ଜୀବାଶ୍ମ ଠାବ କରାଯାଇଛି। ହ୍ୟୁମାନ୍‌ ଇଭୋଲ୍ୟୁସନ୍‌ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଏହି ଆବିଷ୍କାର ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରଜାତିର ମାଙ୍କଡ଼ ସମ୍ପର୍କିତ ଜୀବାଶ୍ମର ରେକର୍ଡ ଏବେ ୧.୫ କୋଟି ବର୍ଷର ବ୍ୟବଧାନକୁ କମାଇବାରେ ସହାୟକ ହେବ। ଦକ୍ଷିଣପୂର୍ବ ପେରୁସ୍ଥିତ ରିଓ ଅଲ୍‌ଟୋ ମାଦ୍ରେ ଦ ଡିଓସ୍‌ ନଦୀ କଡ଼ରୁ ଏହି ମାଙ୍କଡ଼ ଜୀବାଶ୍ମ ମିଳିଛି। ଦାନ୍ତ ସହିତ ତା’ର ଥୋଡ଼ି ଓ କିଛି ହାଡ଼ ଖଣ୍ଡ ମଧ୍ୟ ଠାବ କରାଯାଇଛି। ମାଙ୍କଡ଼ ଜନ୍ମର ଏଭଳି ହଜିଯାଇଥିବା ଅଧ୍ୟାୟକୁ ଖୋଜିବା ଦ୍ୱାରା ନୂଆ ତଥ୍ୟ ଆବିଷ୍କୃତ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

publive-image Business Insider

ଜୋତାର ଦାମ୍‌ ୧୪୧ କୋଟି
ସାଧାରଣତଃ ଜୋତାର ଦାମ୍‌ ଅତି ବେଶିରେ ୧୦ ହଜାର ଟଙ୍କା ଭିତରେ ହୋଇଥାଏ। କିନ୍ତୁ ଏମିତି ଏକ ହଳ ଜୋତା ଅଛି ଯାହାର ଦାମ୍‌ ୧୪୧ କୋଟି ଟଙ୍କା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଦୁବାଇ ମରୀନାରେ ଏକ ପ୍ରଦର୍ଶନୀରେ ସବୁଠାରୁ ଏକ ଦାମୀ ଗୋଇଠିଲଗା ଯୋତା ପ୍ରଦର୍ଶିତ ହୋଇଥିଲା। ଏହାର ଦାମ୍‌ ୧୪୧.୩୩ କୋଟି। ‘ଡି ମୁନ୍‌ ଷ୍ଟାର’ ଜୋତାର ଏହି ଯୋଡ଼ାରେ ୩୦ କୋଟିର ଛୋଟ ଛୋଟ ହୀରା ଲଗାଯାଇଛି। ଏହା ଛଡ଼ା ୧୫୭୬ରେ ଆର୍ଜେଣ୍ଟିନାରେ ମିଳିଥିବା ଉଲ୍‌କା ପିଣ୍ଡର ଛୋଟ ଅଂଶ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହି ଜୋତାକୁ ଇଟାଲିର ପ୍ରସିଦ୍ଧ ଡିଜାଇନର୍‌ ଆଣ୍ଟୋନିଆ ଭେଟ୍ରି ଡିଜାଇନ୍‌ କରିଛନ୍ତି। ଭେଟ୍ରି ଏହାର ନିର୍ମାଣ କୌଣସି ରେକର୍ଡକୁ ଆଖିରେ ରଖି କରି ନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe