ଆମ ଦୁନିଆ : ରୂପ ବଦଳାଉଥିବା ଫୁଲ ଓ ଫ୍ଲାଇଙ୍ଗ୍‌ ଡାଇନିଂ ରେସ୍ତୋରାଁ

Advertisment
ଆମ ଦୁନିଆ : ରୂପ ବଦଳାଉଥିବା ଫୁଲ ଓ ଫ୍ଲାଇଙ୍ଗ୍‌ ଡାଇନିଂ ରେସ୍ତୋରାଁ

Procaffenation

ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ପ୍ରକାରର ଫୁଲ ଫୁଟିଥାଏ। ଏପରି ଏକ ନିଆରା ଫୁଲ ଜାପାନର ପାହାଡ଼ିଆ ଅଞ୍ଚଳର ଦେଖାଯାଏ, ଯାହା ସମସ୍ତକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। କାରଣ ଏହି ଫୁଲ ଉପରେ ପାଣି ପଡ଼ିଲେ ଫୁଲର ରୂପ ବଦଳିଥାଏ। ଏହାର ନାଁ ହେଉଛି ଗ୍ରେ। ସେଠାକାର ଲୋକେ ଏହାକୁ ସ୍କେଲିଟନ୍‌ ଫ୍ଲାୱାର୍‌ କହିଥାଆନ୍ତି। ସବୁ ଫୁଲଠାରୁ ଏହା ଏକ ନିଆରା ଫୁଲ। ଏହାର ବିଶେଷତ୍ବ ହେଉଛି ପାଣି ସଂସ୍ପର୍ଶରେ ଆସିଲେ ଏହି ଫୁଲର ରୂପ ବଦଳିଯାଏ। କୋଷିକା ସରଞ୍ଚନା‌ କାରଣରୁ ଫୁୂଲର ପାଖୁଡ଼ା ଢିଲା ହୋଇଯାଏ। ଏହାର ରଙ୍ଗ ଧଳା। ପାଖୁଡ଼ା ଉପରେ ପାଣି ପଡ଼ିଲେ ଏହି ଫୁଲ ଜଳଛାୟା ପରି ଦେଖାଯାଇଥାଏ ବା ଓଦା ଟିସୁ ପେପର ଭଳି ପ୍ରତୀୟମାନ ହୁଏ।

ଫ୍ଲାଇଙ୍ଗ୍‌ ଡାଇନିଂ ରେସ୍ତୋରାଁ

publive-image YouTube

‘ସ୍କାଏ ଡାଇଭିଂ’ ବିଷୟରେ ସମସ୍ତେ ଅବଗତ। କିନ୍ତୁ ଫ୍ଲାଇଙ୍ଗ୍‌ ଡାଇନିଂ କଥା ଟିକେ ଆଶ୍ଚର୍ଯ୍ୟଜନକ। ନୋଏଡାର ସେକ୍ଟର ୩୮ରେ ଏଭଳି ଏକ ରେଷ୍ଟୁରାଁରହିଛି ଯେଉଁଠି ଆପଣ ଆକାଶରେ ଝୁଲନ୍ତା ଅବସ୍ଥାରେ ଖାଦ୍ୟ ଖାଇପାରିବେ। ଏହାକୁ ଫ୍ଲାଇଙ୍ଗ୍‌ ଡାଏନିଂ ରେସ୍ତୋରାଁ ନାଁ ଦିଆଯାଇଛି। ୧୬୦ ଫୁଟ୍‌ ଉଚ୍ଚତାରେ ତିଆରି ହୋଇଥିବା ଏହି ରେସ୍ତୋରାଁ ସଂଧ୍ୟା ୬ରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହୁଛି। କ୍ରେନ୍‌ ସାହାଯ୍ୟରେ ଡାଇନିଂ ଟେବୁଲକୁ ଆକାଶରେ ଝୁଲାଇ ରଖାଯାଏ। ଏଥିରେ ସମୁଦାୟ ୨୪ ଟି ଚେଆର ରହିଛି। ଏହି କ୍ରେନ୍‌କୁ ଉପରେ ୪୦ ମିନିଟ୍‌ ରଖାଯିବ ଏବଂ ସେହି ୪୦ ମିନିଟ୍‌ ସମୟରେ ନିଜର ଖାଦ୍ୟ ସାରିବାକୁ ପଡ଼ିବ। ଗ୍ରାହକଙ୍କ ବ୍ୟତୀତ ଟେବୁଲ୍‌ ନିକଟରେ ରେସ୍ତୋରାଁର ଜଣେ କର୍ମଚାରୀ ମଧ୍ୟ ଠିଆ ହୋଇ ରହିଥାନ୍ତି। ବେଙ୍ଗାଲୁରୁରେ ମଧ୍ୟ ଏପରି ଫ୍ଲାଇଙ୍ଗ୍‌ ଡାଇନିଂ ରେସ୍ତୋରାଁ ରହିଛି। ଖାଦ୍ୟ ସହିତ ପ୍ରକୃତିର ଆନନ୍ଦ ଗରାଖମାନେ ନେଇପାରିବେ ବୋଲି ଏଭଳି ଏକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe