ଆମ ଦୁନିଆ : ଗ୍ଲୋବାଲ୍‌ ୱାର୍ମିଂ ପାଇଁ ନୀଳ ରାସ୍ତା ଏବଂ ଆର୍ମି ପିମ୍ପୁଡ଼ି

ଆମ ଦୁନିଆ : ଗ୍ଲୋବାଲ୍‌ ୱାର୍ମିଂ ପାଇଁ ନୀଳ ରାସ୍ତା ଏବଂ ଆର୍ମି ପିମ୍ପୁଡ଼ି

Phys.org

ଗ୍ଲୋବାଲ୍‌ ୱାର୍ମିଂ ତଥା ବଢ଼ୁଥିବା ତାପମାତ୍ରାକୁ ନିୟନ୍ତ୍ରିତ କରିବାକୁ ବିଶ୍ବର ବହୁ ଦେଶ ବିଭିନ୍ନ ଉପାୟ ଆପଣାଉଛନ୍ତି। ପିଚୁ ରାସ୍ତାର ରଙ୍ଗ କଳା ଏକଥା ସମସ୍ତେ ଜାଣନ୍ତି। ଲସ୍‌ ଏଞ୍ଜେଲେସ୍‌, ମକ୍କା, ଟୋକିଓ ପରେ ଦୋହା ଭଳି ଦେଶରେ ରାସ୍ତାକୁ ନୀଳରଙ୍ଗ କରାଯାଇଛି। ସହରରେ ଥିବା ପୁରୁଣା ରାସ୍ତାକୁ ନୀଳରଙ୍ଗରେ ରଙ୍ଗକରା ଚାଲିଛି। ଏହା ପଛରେ ଉଦ୍ଦେଶ୍ୟ ହେଉଛି ତାପମାତ୍ରା ନିୟନ୍ତ୍ରଣ କରିବା। ନୀଳରଙ୍ଗ ଦିଆଯାଇଥିବା ରାସ୍ତାର ତାପମାତ୍ରା କେତେ ଫରକ ରହିଛି ଏହା ଜାଣିବା ପାଇଁ ସେନ୍‌ସର୍‌ ମଧ୍ୟ ଲଗାଯାଇଛି। ବୈଜ୍ଞାନିକମାନଙ୍କ ମତରେ ଗବେଷଣା ଅନୁସାରେ କଳାରଙ୍ଗ ଅପେକ୍ଷା ନୀଳରଙ୍ଗର ରାସ୍ତା ଉପରେ ସୂର୍ଯ୍ୟଙ୍କ କିରଣର ଅତିବାଇଗଣୀ ରଶ୍ମୀ ପ୍ରଭାବ ଶତକଡ଼ା ୫୦ କମେଇ ଦେଇଥାଏ ବୋଲି ଜଣାପଡ଼ିଛି।

publive-image Harvard Gazette

ଆର୍ମି ପିମ୍ପୁଡ଼ି
ବିଶ୍ବରେ ଜୀବଜନ୍ତୁଙ୍କର ବିଭିନ୍ନ ପ୍ରଜାତି ରହିଛି। ଏମାନଙ୍କ ମଧ୍ୟରୁ କେତେକ ହାନି ପହଞ୍ଚାଇଥାନ୍ତି। ଏମିତି ତ ଅନେକ ହାନିକାରକ ଜୀବଜନ୍ତୁ ଓ ସରିସୃପଙ୍କ ସମ୍ପର୍କରେ ଆମେ ପଢ଼ିଛୁ। କିନ୍ତୁ ଏସବୁ ଭିତରେ ଏବେ ଏକ ପିମ୍ପୁଡ଼ି ରହିଛି। ସାଧାରଣରେ ପିମ୍ପୁଡ଼ି କାମୁଡ଼ିଦେଲେ ସାମାନ୍ୟ କଷ୍ଟ ହେବା ପରେ ସ୍ଥାନଟି ଫୁଲିଯାଏ ଓ ପରେ ଭଲ ହୋଇଯାଏ। କିନ୍ତୁ ଏହା ହେଉଛି ବିଶ୍ବର ସବୁଠାରୁ ବିଷାକ୍ତ ପିମ୍ପୁଡ଼ି। ଏହି ପିମ୍ପୁଡ଼ି କାମୁଡ଼ିଲେ ଅନେକ ସମୟ‌େର ପ୍ରାଣ ହରେଇବାକୁ ପଡ଼ିଥାଏ।ଆଫ୍ରିକାର ଜଙ୍ଗଲରେ ଦେଖାଯାଉଥିବା ଏହି ପିମ୍ପୁଡ଼ିକୁ ଏମାନଙ୍କର ବିଷାକ୍ତ ଶୁଣ୍ଢ ଯୋଗୁ ଆର୍ମି ଆଣ୍ଟ୍‌ ବୋଲି କୁହାଯାଏ। ଏହା କାମୁଡ଼ିଲେ ଏତେ ଯନ୍ତ୍ରଣା ହୁଏ ଯାହା କି ମହୁମାଛି କାମୁଡ଼ିବାଠାରୁ ୩୦ ଗୁଣ ଅଧିକ। ଏମାନଙ୍କୁ ଆର୍ମି ଆଣ୍ଟ୍‌ କୁହାଯିବାର ଅନ୍ୟ ଏକ କାରଣ ହେଉଛି, ଏମାନେ ସବୁବେଳେ ଦଳବଳ ହୋଇ ଚାଲୁଥାନ୍ତି। ଏକସଙ୍ଗେ ମିଶି ଏମାନେ ଶିକାର ଉପରେ ଆକ୍ରମଣ କରିଥାନ୍ତି। ଯଦି ଏହା ମଣିଷକୁ ଥରେ କାମୁଡ଼େ, ତେବେ ସପ୍ତାହେ ପର୍ଯ୍ୟନ୍ତ କଷ୍ଟ ହୋଇଥାଏ। ଏମିତି କି ସମୟ ସମୟରେ ଏମାନଙ୍କ ବିଷ ଶରୀରରେ ଏଭଳି ଭାବେ ବ୍ୟାପିଯାଏ ଯେ, ୧୦ ୧୫ ମିନିଟ୍‌ରେ ମଣିଷର ମୃତ୍ୟୁ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe