ଆମ ଦୁନିଆ : ସବୁଠାରୁ ବଡ଼ ଫୁଲ ଓ ଚୁଇଙ୍ଗମ୍‌ ଖାଇବା ମନା

ଆମ ଦୁନିଆ : ସବୁଠାରୁ ବଡ଼ ଫୁଲ ଓ ଚୁଇଙ୍ଗମ୍‌ ଖାଇବା ମନା

The Jakarta Post

ସାଧାରଣତଃ ଗୋଟିଏ ଫୁଲକୁ ଆମେମାନେ ସହଜରେ ହାତରେ ଧରିପାରିବା। ହେଲେ ଏଭଳି ମଧ୍ୟ ଫୁଲ ଅଛି ଯାହାର ଆକାର ବହୁତ ବଡ଼। ଏହାକୁ ହାତରେ ଧରିବା ସମ୍ଭବ ନୁହେଁ। ଏହି ଫୁଲଟିର ନାଁ ରେଫଲିସିୟ‌ା। ଆକାର ଚାରି ବର୍ଗମିଟର। ପୂର୍ବରୁ ୨୦୧୭ରେ ଇଣ୍ଡୋନେସିଆର ପଶ୍ଚିମ ମଧ୍ୟ-ସୁମାତ୍ରା ଜଙ୍ଗଲରେ ୧୨ କେଜିର ରେଫଲିସିୟା ଫୁଲ ମିଳିଥିଲା। ଯାହା ସେହି ସମୟର ସବୁଠାରୁ ବଡ଼ ଫୁଲ ଥିଲା। ଗଛଟି ଏକ ପ୍ରକାରର ପରଭୋଜି ଅଟେ। ଫୁଲଟିରୁ ଦୁର୍ଗନ୍ଧ ବାହାରୁଥାଏ। ଏହା ଦେଖିବାକୁ ସୂର୍ଯ୍ୟମୁଖୀ ଭଳି ଓ କେଶର ରଙ୍ଗର। ଫୁଲଟିରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋ‌େକ ଏହାକୁ ଶବଫୁଲ ବୋଲି କହିଥାନ୍ତି। ଏହାର ଏକ ସ୍ବତନ୍ତ୍ରତା ମଧ୍ୟ ଅଛି। ଫୁଲଟିର କୌଣସି ପତ୍ର ବା ମୂଳ ନଥାଏ। ନିଜର ଖାଦ୍ୟ ସେ ଅନ୍ୟ ଗଛଠାରୁ ଗ୍ରହଣ କରିଥାଏ। ଏଥିରୁ ବାହାରୁଥିବା ଗନ୍ଧ କୀଟ ପତଙ୍ଗମାନଙ୍କୁ ତା ଆଡ଼କୁ ଆକୃଷ୍ଟ କରିଥାଏ। ଯେତେବେଳେ ସେମାନେ ଫୁଲ ଭିତରେ ବସନ୍ତି ଆଉ ଆସିପାରନ୍ତି ନାହିଁ। ସେଇଠାରେ ହିଁ ମରିଯାଇଥାନ୍ତି। ଏହି ଫୁଲ ମାତ୍ର କିଛି ମାସ ପାଇଁ ହିଁ ଫୁଟିଥାଏ। ଅକ୍ଟୋବରଠାରୁ ମାର୍ଚ୍ଚ ମାସ ଭିତରେ ଏହା ଫୁଟିଥାଏ। ଫୁଲଟିର ଜୀବନ କାଳ ମଧ୍ୟ ଖୁବ୍‌ କମ୍‌ ଏବଂ ତାହା ଜଲଦି ନଷ୍ଟ ହୋଇଯାଇଥାଏ।

publive-image TheHealthSite.com

ଚୁଇଙ୍ଗମ୍‌ ଖାଇବା ମନା
ଥାଇଲାଣ୍ଡ୍‌ରେ ରହିଛି ଏକ ଅଜବ ନିୟମ। ଯାହା ଶୁଣିଲେ ଆପଣ ବିଶ୍ବାସ କରିବେ ନାହିଁ। ସବୁ ଦେଶରେ ଚୁଇଙ୍ଗମ୍‌ ଖାଇବା ପାଇଁ କୌଣସି ବାରଣ ନଥାଏ। ତେବେ ଥାଇଲାଣ୍ଡ୍‌ରେ ଏହା ଖାଇବା ପାଇଁ ହେଲେ କିଛି ନିୟମ ପାଳନ କରିବାକୁ ପଡ଼ିଥାଏ। ଚୁଇଙ୍ଗମ୍‌ ଖାଇବାପରେ କେହି ଏହାକୁ ଏଣେତେଣେ ପକାଇପାରିବେ ନାହିଁ। ନଚେତ୍‌ ଏହିଭଳି ଅପରାଧ ପାଇଁ ୪୦୦ ପାଉଣ୍ଡ ଜରିମାନା ପଡ଼ିଥାଏ। ଏହା ସହ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥାଏ। ଥାଇଲାଣ୍ଡ୍‌ ଭଳି ସିଙ୍ଗାପୁରରେ ମଧ୍ୟ ଚୁଇଙ୍ଗମ୍‌ ଖାଇବା ନେଇ କେତେକ କଟକଣା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe