ଆମ ଦୁନିଆ : ମହାକାଶରେ ପ୍ରଥମ ହ୍ୟୁମାନ୍‌ ରୋବୋ ଏବଂ ପୋଲ୍‌ ଡ୍ୟାନ୍ସର୍‌ ରୋବୋ

Advertisment
ଆମ ଦୁନିଆ : ମହାକାଶରେ ପ୍ରଥମ ହ୍ୟୁମାନ୍‌ ରୋବୋ ଏବଂ ପୋଲ୍‌ ଡ୍ୟାନ୍ସର୍‌ ରୋବୋ

Space.com

ରୁଷିଆ ପ୍ରଥମ କରି ଇଣ୍ଟରନେସନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ ହ୍ୟୁମାନ୍‌ ରୋବୋ ପହଞ୍ଚାଇଛି। ରୁଷିଆର ପ୍ରଥମ ରୋବୋକୁ ନେଇ ଯାଇଥିବା ସୋୟୁଜ୍‌ ଯାନ ସଫଳତାର ସହ ଇଣ୍ଟରନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌ରେ ଅବତରଣ କରିଥିଲା। ସଞ୍ଚାଳନ ପ୍ରଣାଳୀରେ କିଛି ତ୍ରୁଟି ଦେଖାଦେଇଥିବାରୁ ଅବତରଣରେ ବିଳମ୍ବ ହୋଇଥିଲା। ତ୍ରୁଟି ଦେଖାଦେବା ସମୟରେ ସୋୟୁଜ୍‌ ସ୍ପେସ୍‌ ଷ୍ଟେସନ୍‌ରୁ ୯୬ କିଲୋମିଟର ଦୂରରେ ରହିଥିଲା। ଏହି ରୋ‌େବାର ନାମ ଫେଡର୍‌। ଏହା ୧୪ ଦିନ ଯାଏ ସ୍ପେସ୍‌ ଷ୍ଟେସନ୍‌ରେ ରହିଥିଲା। ସୋୟୁଜ୍‌ ଯାନ ପୂର୍ବରୁ ମହାକାଶଚାରୀଙ୍କୁ ନେଇଯାଇଥିବାବେଳେ ଏଥର ରୋବୋକୁ ନେଇ ଯାଇଥିଲା। ଏହି ଯାନର ପାଇଲଟ୍‌ ସିଟ୍‌ରେ ରୋବୋକୁ ବସାଯାଇଥିଲା। ରୋବୋର ଉଚ୍ଚତା ୫ ଫୁଟ୍‌ ୧୧ ଇଞ୍ଚ୍‌ ଓ ଓଜନ ୧୬୦ କିଲୋଗ୍ରାମ୍‌। ଏହା ସ୍ପେସ୍‌ ଷ୍ଟେସନ୍‌ରେ ନିମ୍ନ ମାଧ୍ୟାକର୍ଷଣ ଶକ୍ତି ସମ୍ପର୍କିତ ନୂଆ ଟେକ୍‌ନିକ ଉପରେ ପରୀକ୍ଷା କରିବ। ଏହି ରୋବୋ ମଣିଷର କାର୍ଯ୍ୟକଳାପକୁ ନକଲ ମଧ୍ୟ କରିପାରୁଛି। ପୂର୍ବରୁ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ୨୦୧୧ରେ ରୋବୋନଟ୍‌-୨ ଓ ଜାପାନ୍‌ ୨୦୧୩ରେ କିରୋବ ନାମକ ଏକ ଯାନ ସ୍ସେସ୍‌ ଷ୍ଟେସନ୍‌କୁ ପଠାଇସାରିଛନ୍ତି।

publive-image Malay Mail

ପୋଲ୍‌ ଡ୍ୟାନ୍ସର୍‌ ରୋବୋ
ଆମେମାନେ ଜାଣିଛେ ରୋବୋ ଆଜିକାଲି ବିଭିନ୍ନ କାମ କରିପାରୁଛି। ଯେମିତି କି ପାଠ ପଢ଼ାଇବା, ଓକିଲ ହେବା, ଖାଦ୍ୟ ପରସିବା ଆଦି। ଏବେ ଫ୍ରାନ୍ସ୍‌ର ଏକ କ୍ଲବ୍‌ରେ ଡ୍ୟାନ୍ସ୍‌ କରୁଛି ରୋବୋ। ଫ୍ରାନ୍ସ୍‌ର ଷ୍ଟ୍ରିପ୍‌ କ୍ଲବ୍‌ କାଫେରେ ରୋବୋ ପୋଲ୍‌ ଡ୍ୟାନ୍ସ୍‌ କରୁଛି। ଏହା ବିଶ୍ବର ପ୍ରଥମ ପୋଲ୍‌ ଡ୍ୟାନ୍ସର୍‌ ରୋବୋ। ଏହାର ଶରୀରରେ ଏକ ଛୋଟ କ୍ୟାମେରା ଲଗାଯାଇଛି, ଯାହାଦ୍ବାରା ସେ ଲୋକମାନଙ୍କର ଗତିବିଧି ଜାଣିପାରିବ। ଏହି ରୋବୋ ହିଲ୍‌ ପିନ୍ଧି ମଧ୍ୟ ଡ୍ୟାନ୍ସ୍‌ କରୁଛି। ଇଂଲଣ୍ଡ୍‌ର ଆର୍କିଟେକ୍ଟ୍‌ ଗିଲ୍ସୱାକର୍‌ ଏଡି ରୋବୋକୁ ତିଆରି କରିଛନ୍ତି। ଏହାର ଶରୀରର ଧାତବ ଅଂଶ ଉପରେ ପ୍ଲାଷ୍ଟିକ୍‌ ଦିଆଯାଇଛି। ତେଣୁ ଏହା ପୂରା ମଣିଷ ଭଳି ଦେଖାଯାଉଛି। କୁହାଯାଉଛି ଯେ ଏହି ରୋବୋ ଦର୍ଶକଙ୍କ ମନୋଭାବ ଜାଣି ପ୍ରତିକ୍ରିୟା ପ୍ରକାଶ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe