ଆମ ଦୁନିଆ : କଥା କହୁଥିବା ଟାଟୁ ଓ ରି‌ମୋଟ୍‌ ନିୟନ୍ତ୍ରିତ କୁକୁର

Advertisment
ଆମ ଦୁନିଆ : କଥା କହୁଥିବା ଟାଟୁ ଓ ରି‌ମୋଟ୍‌ ନିୟନ୍ତ୍ରିତ କୁକୁର

Scene360

ଆଜିକାଲି ପିଲାମାନଙ୍କ ଭିତରେ ଟାଟୁ ସଉକ ଦେଖାଯାଉଛି। ଆମେ ସିନା ଟାଟୁ ଦେଖିଛେ, କିନ୍ତୁ କେବେ ଟାଟୁ କଥା କହୁଥିବାର ଶୁଣି ନାହେଁ। ଏବେ ମାର୍କେଟରେ କଥା କହୁଥିବା ଟାଟୁ ବିଷୟରେ ଚର୍ଚ୍ଚା ହେଉଛି। ଆମେରିକାରେ ରହୁଥିବା ନେଟ୍‌ ସିଗାର୍ଡକର ନିଜ ପତ୍ନୀଙ୍କୁ ସରପ୍ରାଇଜ୍ ଦେବାପାଇଁ ଏକ ନୂଆ ପ୍ରକାର ଉପାୟ ବାହାର କରିଛନ୍ତି। ନେଟ୍‌ ଏପରି ଏକ ଟାଟୁର ଉଦ୍ଭାବନ କରିଛନ୍ତି, ଯାହା କେବଳ ଦେଖିବାରେ ଆକର୍ଷଣକାରୀ ନୁହେଁ, ତାହା ମଧ୍ୟ ଶବ୍ଦ ସୃଷ୍ଟି କରିପାରୁଛି। ଏହାକୁ ‘ସାଉଣ୍ଡ୍‌ ୱେବ୍‌ ଟାଟୁ’ କୁହାଯାଉଛି। ଏହି ‘ସାଉଣ୍ଡ୍‌ ୱେବ୍‌ ଟାଟୁ’ରୁ ଏକ ଆପ୍‌ ଜରିଆରେ ଆପଣ ଶବ୍ଦ ଶୁଣିପାରିବେ। ଏହି ଟାଟୁ ସମ୍ପୂର୍ଣ୍ଣ ଅଲଗା ପ୍ରକାରର ଅଟେ। ଟାଟୁ କରିବା ସମୟରେ ଏହାର ସାଉଣ୍ଡ୍‌ ଟ୍ରାକ୍‌ ଖୁବ୍‌ ସାବଧାନତା ସହକାରେ କରାଯାଇଥାଏ। ଏହାପରେ ଦେହ ଚମଡ଼ାରେ ହୋଇଥିବା ଟାଟୁକୁ ସ୍କାନ୍‌ କଲେ ଏଥିରୁ ସ୍ବର ବାହାରିଥାଏ। ଏହି ଶବ୍ଦ କୌଣସି ମେସେଜ୍‌, ଗୀତ କିମ୍ବା କୋଡ୍‌ୱାର୍ଡ ହୋଇପାରେ।

publive-image DNA India

ରି‌ମୋଟ୍‌ ନିୟନ୍ତ୍ରିତ କୁକୁର
ଚୀନ୍‌ରେ ବର୍ତ୍ତମାନ ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ସବୁପ୍ରକାରର ଚେଷ୍ଟା କରାଯାଉଛି। କି ଭଳି ଅଧିକରୁ ଅଧିକ ଅପରାଧୀ ଖୁବ୍‌ଶୀଘ୍ର ଧରାପଡ଼ିବେ ସେଥିପାଇଁ ବିଭିନ୍ନ ଉପାୟ କରାଯାଉଛି। ସେଥିମଧ୍ୟରୁ ଗୋଟିଏ ହେଉଛି ପୁଲିସ୍‌ କୁକୁରକୁ ରିମୋଟ୍ ଦ୍ବାରା ନିୟନ୍ତ୍ରଣ କରିବା। ଚୀନ୍‌ ଏପରି ଏକ ରିମୋଟ୍‌ ବିକଶିତ କରୁଛି ଯାହା ସାହାଯ୍ୟରେ କୁକୁରଙ୍କୁ କାବୁ କରିହେବ। ଏକ ରିପୋର୍ଟ ଅନୁଯାୟୀ କୁକୁରମାନେ ଅଲ୍ଟାସୋନିକ୍‌ ତରଙ୍ଗ ଶୁଣିପାରନ୍ତି। ଯାହାଦ୍ବାରା ସେମାନଙ୍କୁ ଶବ୍ଦ ତରଙ୍ଗ ସାହାଯ୍ୟରେ ନିୟନ୍ତ୍ରିତ କରିହେବ। ଏହି ଉପାୟଦ୍ବାରା ଅପରାଧୀଙ୍କୁ ସହଜରେ ଏବେ ଧରାଯାଇପାରିବ, କାରଣ ଏହାଦ୍ବାରା ଅପରାଧୀର ସନ୍ଦେହ ହେବ ନାହିଁ ଯେ ପୁଲିସ୍‌ କୁକୁର ତାଙ୍କୁ ଅନୁସରଣ କରୁଛି। ମଜ‌‌ାକଥା ହେଲା ସେତେବେଳେ କୁକୁର ନିକଟରେ କୌଣସି ପୋଲିସ୍‌ ଅଧିକାରୀ ରହିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe