ଆମ ଦୁନିଆ : ମନ୍ଦିରରେ ମିଳେ ଅଭିଶାପ ଓ ପଏଜନ୍‌ ଗାର୍ଡେନ୍‌

Advertisment
ଆମ ଦୁନିଆ : ମନ୍ଦିରରେ ମିଳେ ଅଭିଶାପ ଓ ପଏଜନ୍‌ ଗାର୍ଡେନ୍‌

Patrika

ସବୁବେଳେ ଲୋକ ମନ୍ଦିରକୁ ଆଶୀର୍ବାଦ ପାଇବାକୁ ଯାଆନ୍ତି। ଲୋକେ ଆଶା, ବିଶ୍ବାସ ସହ ନିଜ ମନକାମନା ପୂର୍ଣ୍ଣ ପାଇଁ ଯାଇଥାନ୍ତି। ମାତ୍ର ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠି ପୂଜା କଲେ ଆଶିଷ ବଦଳରେ ମିଳିଥାଏ ଅଭିଶାପ। ସେଥିପାଇଁ ଏହି ମନ୍ଦିରରେ ଅନେକ ଦିନ ହେବ ପୂଜା କରାଯାଇନାହିଁ। ଏଠାକୁ ଭକ୍ତମାନେ କେବଳ ଦର୍ଶନ କରିବାକୁ ଆସନ୍ତି। ଏହି ମନ୍ଦିର ଦେବଭୂମି ଉତ୍ତରାଖଣ୍ଡର ବଲ୍‌ତିର ଗାଁରେ ଅବସ୍ଥିତ। ମନ୍ଦିର ନିଜର ସ୍ଥାପତ୍ୟ କଳା ପାଇଁ ପ୍ରସିଦ୍ଧ। ମନ୍ଦିରଟି ‘ଏକ୍‌ ହାଥିଆ ଦେବାଳୟ’ ନାମରେ ଜଣାଶୁଣା। କୁହାଯାଏ କି, ଆଗରୁ ଏଠାରେ ରାଜା କତୟୁରୀ ଶାସନ କରୁଥିଲେ। ମନ୍ଦିରଟି ଗଢ଼ିଲାବେଳେ ଜଣେ କୁଶଳୀ କାରିଗର ଦୁଘର୍ଟଣାରେ ଗୋଟିଏ ହାତ ହରାଇଥିବାରୁ ସେ ଗୋଟିଏ ହାତରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଲୋକମାନେ ଏହା ଦେଖି ତାଙ୍କୁ ଥଟ୍ଟା କରିଥିଲେ। ତେଣୁ କାରିଗର ଗୋଟିଏ ରାତିରେ ମନ୍ଦିର ଗଢ଼ିବା ସହ ଶିବଲିଙ୍ଗ ମଧ୍ୟ ନିର୍ମାଣ କରିଥି‌େଲ। ମାତ୍ର ଏଥିରେ ପ୍ରାଣ ପ୍ରତିଷ୍ଠା କରାଯାଇନଥିବାରୁ ଏହାକୁ ପୂଜା କରାଯାଏ ନାହିଁ। ତେଣୁ ଗ୍ରାମବାସୀଙ୍କ ବିଶ୍ବାସ ରହିଛି ଯେ, ଯଦି ଏଠାରେ କିଏ ପୂଜା କରନ୍ତି, ତେବେ ଭଗବାନ ଶିବ ତାଙ୍କୁ ଅଭିଶାପ ଦିଅନ୍ତି। ଯେଉଁଥିପାଇଁ ଏଠାକୁ ଭକ୍ତ ଆସୁଥିଲେ ମଧ୍ୟ ପୂଜା କରନ୍ତି ନାହିଁ।

publive-image TheTravel

ପଏଜନ୍‌ ଗାର୍ଡେନ୍‌
କିଛି ନୂଆ ଜିନି‌ଷ ବିଷୟରେ ଜାଣିବା ହେଉ ଅବା ଛୁଇଁବା, ସମସ୍ତଙ୍କୁ ଭଲ ଲାଗେ। ବେଳେ ବେଳେ ଛୁଇଁବାକୁ କିନ୍ତୁ ଡର ଲାଗେ। କାରଣ ଜିନିଷଟି ପ୍ରତି କ୍ଷତି ପହଞ୍ଚାଇବାର ଭୟ ରହିଥାଏ। ଆମେ ବିଭିନ୍ନ ପ୍ରକାର ଗଛ ଦେଖିଛେ। ସେଥିମଧ୍ୟରୁ କିଛି ଏମିତି ବି ଗଛ ଅଛି ଯେଉଁଥିରେ ବିଷ ରହିଥାଏ। ଏମିତି ଏକ ଗାର୍ଡେନ୍‌ ଅଛି ଯେଉଁଠାରେ ଅଧିକାଂଶ ବିଷ ଗଛ ଦେଖିବାକୁ ମିଳିବ। ସେ ଗଛ ସବୁ ଛୁଇଁଲେ ମଣିଷ ମରିଯିବ। ଏହା ହେଉଛି ଇଂଲଣ୍ଡର ନର୍ଥୟୁମ୍ବର୍‌ଲାଣ୍ଡ୍‌ରେ ଥିବା ‘ଅଲନ୍ୟିକ୍‌ ପଏଜନ୍‌ ଗାର୍ଡେନ୍‌’। ନର୍ଥୟୁମ୍ବର୍‌ଲାଣ୍ଡ୍‌ର ରାଣୀ ଏହି ଗାର୍ଡେନ୍‌କୁ ୧୭୫୦ରେ ତିଆରି କରିଥିଲେ। ସେ ଚାହୁଁଥିଲେ କି ଏହି ଗାର୍ଡେନ୍‌ ନିଜର ଅଦ୍ବିତୀୟ ବା ନିଆରା ଗୁଣ ପାଇଁ ଜଣାଯିବ। ଏହା କରିବା ପଛରେ ରାଣୀଙ୍କ ଉଦ୍ଦେଶ୍ୟ ଥିଲା ଲୋକମାନେ ଏହି କଥା ଜାଣିବା ଦରକାର ଯେ ଯଦି ଉଦ୍ଭିଦକୁ ଔଷଧ ରୂପରେ ପ୍ରୟୋଗ କରାଯାଇପାରିବ, ତେବେ ମଣିଷର ଜୀବନ ନେବା କ୍ଷମତା ବି ଗଛର ଅଛି ବୋଲି ଜାଣିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe