ଆମ ଦୁନିଆ : ୩ଡି ଆର୍ଟ ମ୍ୟୁଜିୟମ୍‌ ଓ ଚଉଆଁଶିଆ ତରଭୁଜ

ଆମ ଦୁନିଆ : ୩ଡି ଆର୍ଟ ମ୍ୟୁଜିୟମ୍‌ ଓ ଚଉଆଁଶିଆ ତରଭୁଜ

boredpanda.com

ବିଶ୍ୱରେ ବିଭିନ୍ନ ମ୍ୟୁଜିୟମ୍‌ ରହିଛି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀର ଜିନିଷକୁ ସଂଗ୍ରହ କରାଯାଇ ମ୍ୟୁଜିୟମ୍‌ ତିଆରି କରାଯାଇଛି। ପୁରାତନ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଜିନିଷ ମ୍ୟୁଜିୟମ୍‌ରେ ସ୍ଥାନିତ ଅଛି। କିନ୍ତୁ ଏମିତି ଏକ ନିଆରା ମ୍ୟୁଜିୟମ୍‌ ଅଛି ଯାହାକୁ ଦେଖିବାକୁ ଯେ କେହି ଉତ୍ସାହିତ ହୋଇଉଠିବେ। ଏହା ବିଶ୍ୱର ପ୍ରଥମ ୩-ଡି ମ୍ୟୁଜିୟମ୍‌। ଫିଲିପାଇନ୍‌ସ୍‌ସ୍ଥ ମାନିଲାର ଉତ୍ତର ଦିଗରେ ଥିବା ଏହି ୩-ଡି ମ୍ୟୁଜିୟମ୍‌ର ନାଁ ହେଉଛି ‘ଆର୍ଟ ଇନ୍‌ ଆଇଲାଣ୍ଡ୍‌’। ଏହି ମ୍ୟୁଜିୟମ୍‌ରେ ୫୦ରୁ ଅଧିକ ୩-ଡି ପାଚେରି ରହିଛି। ଏହାକୁ ଦକ୍ଷିଣ କୋରିଆର ୧୮ ଜଣ ମାଷ୍ଟର୍‌ ପେଣ୍ଟ୍‌ର୍ସ ଟିମ୍‌ ଦ୍ୱାରା ତିଆରି କରାଯାଇଛି। ୩-ଡି ମ୍ୟୁଜିୟମ୍‌ଟି ବିଶ୍ୱ ପ୍ରସିଦ୍ଧ।

publive-image mnn.com

ଚଉଆଁଶିଆ ତରଭୁଜ
ସାଧାରଣତଃ ତରଭୁଜ ଗୋଲିଆ ହୋଇଥାଏ। ତେବେ ଜାପାନ୍‌ରେ ତରଭୁଜ ସ୍କୋୟାର୍‌ ବା ଚାରିକଣିଆ ଭାବେ ଫଳିଥାଏ। ଯାହା ଦେଖିବାକୁ ଖୁବ୍‌ ସୁନ୍ଦର। ସେହିଭଳି ଏହାର ମୂଲ୍ୟ ମଧ୍ୟ ସାଧାରଣ ତରଭୁଜଠାରୁ ବେଶ୍‌ ଅଧିକ। ଗୋଟା ପ୍ରତି ୭ହଜାରରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ। ତରଭୁଜ ସାରା ଦୁନିଆରେ ପ୍ରସିଦ୍ଧ। ଏହି ତରଭୁଜଗୁଡ଼ିକ ଏକ ଗ୍ଲାସ୍‌ଜାର୍‌ ମଧ୍ୟରେ ବଢ଼ିଥାଏ। ଯାହାର ଆକାର ସ୍କୋୟାର୍ ସାଇଜ୍‌ର ହୋଇଥାଏ। ଏହା ୧୯ ସ୍କୋୟାର୍‌ ମିଟର ବଢ଼ିବା ପରେ ତାକୁ ବିକ୍ରି ପାଇଁ କଢ଼ାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe